ଭୁବନେଶ୍ବର: ପଦଯାତ୍ରାରେ କେନ୍ଦ୍ର ଅବହେଳା କଥା ଭୁଲିଗଲା ବିଜେଡି । ପ୍ରତିବର୍ଷ ବିଶେଷ କରି ନିର୍ବାଚନୀ ବର୍ଷରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଥାଏ ।
ଏବେ କିନ୍ତୁ ମୁଖିଆ ପୁରା ଚୁପ । ତୃଣମୂଳ ସ୍ତରର ନେତା ଓ କର୍ମୀ ଚାହିଁ ବସିଥିଲେ ମୁଖିଆ କ’ଣ ବାର୍ତା ଦେଉଛନ୍ତି । ତାହାରି ଉପରେ ଥିଲା ସମସ୍ତଙ୍କ ନଜର । ହେଲେ ସେପରି କିଛି ହେଲା ନାହିଁ। ଯେହେତୁ ନିର୍ବାଚନ ବର୍ଷ ଥିଲା ସେଥିପାଇଁ କେନ୍ଦ୍ର ଅବହେଳାକୁ ଢାଲ କରୁଥିଲା ବିଜେଡି ।