ନୂଆଦିଲ୍ଲୀ:କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କଲେ ବିଜୁ ଜନତା ଦଳ (Biju Janata Dal) ବିଜେଡି ସାଂସଦ ମାନେ । ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀ ଦାବି କରିଥିବା ଆବଶ୍ୟକ ଘରକୁ ତୁରନ୍ତ ଯୋଗାଇ ଦେବାକୁ କଲେ ଦାବି ।
ଏନେଇ ଗତ ୧୧ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Odisha CM Naveen Patnaik writes to PM Modi demanding) ଚିଠି ଲେଖି ଦାବି କରିଥିଲେ । ନିଜ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଫନି କ୍ଷତିଗ୍ରସ୍ତକଙ୍କ ପାଇଁ PMAY (Pradhan Mantri Gramin Awas Yojana) ରେ 1.84 ଲକ୍ଷ ଘର ଦେବାକୁ ଦାବି କରିଥିଲେ (1.84 lakh houses for Fani affected families) । ସେହିପରି ଫନି ଦ୍ବାରା ପ୍ରଭାବିତ ହୋଇନଥିବା ୧୩ ଲକ୍ଷ ଘର କେବିକେ ଅଞ୍ଚଳରେ ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଆହୁରି କହିଥିଲେ କି ଫନି ବାତ୍ୟା ପାଇଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯାଉ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ୨୦୧୯ ମାର୍ଚ୍ଚ ୭ ସୁଦ୍ଧା ରାଜ୍ୟ ସରକାର ଆବାସ ପ୍ଲସ ମାଧ୍ୟମରେ ୩୫ ହଜାର ପରିବାରକୁ ଚିହ୍ନଟ କରିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ।