ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପରିଚାଳନା ନିଶ୍ଚିତ ଭାବେ ସରକାର ଓ ନିର୍ବାଚନ ଆୟୋଗଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ନିର୍ବାଚନ ପୂର୍ବରୁ ଆସନ୍ତାକାଲି(ସୋମବାର) ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସେପଟେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଟଙ୍କା ପ୍ରଲୋଭନ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ରହିଛନ୍ତି ବୋଲି ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ସେପଟେ ସର୍ବଦଳୀୟ ବୈଠକକୁ ନେଇ ବିଜେଡି ସାଂସଦ ସୁବାଷ ସିଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
Panchayat Election: ସର୍ବଦଳୀୟ ବୈଠକ ନେଇ ବିଜେଡିର ପ୍ରତିକ୍ରିୟା - ପଞ୍ଚାୟତ ନିର୍ବାଚନ ନେଇ ସୁବାଷ ସିଂଙ୍କ ପ୍ରତିକ୍ରିୟା
ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପରିଚାଳନା ନିଶ୍ଚିତ ଭାବେ ସରକାର ଓ ନିର୍ବାଚନ ଆୟୋଗଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହା କହିଛନ୍ତି ବିଜେଡି ସାଂସଦ ସୁବାଷ ସିଂହ । ଅଧିକ ପଢ଼ନ୍ତୁ
ସୁବାଷ ସିଂ ସର୍ବଦଳୀୟ ବୈଠକକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶନିବାର ନିର୍ବାଚନ କମିଶନର ୫ଟି ରାଜ୍ୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ ଏଭଳି ଏକ ନିର୍ବାଚନ ହେବ । କୋଭିଡ କଟକଣା ମଧ୍ୟରେ ବିନା କୌଣସି ଭିଡ଼ ବିନା ଏହି ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ସଚିବଙ୍କ ସହ ପରାମର୍ଶ କରିଛନ୍ତି । ଆସନ୍ତାକାଲି ହେବାକୁ ଥିବା ସର୍ବଦଳୀୟ ବୈଠକରେ କିଛି ସକରାତ୍ମକ ନିଷ୍ପତ୍ତି ନେବେ ବୋଲି ଆଶା କରୁଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ରକ୍ଷା କଲା ଭଳି ନିର୍ବାଚନ କମିଶନ ପଦକ୍ଷେପ ନେବେ ।
ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ