ଓଡିଶା

odisha

ETV Bharat / city

Parliament Winter Session: ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର - ସସ୍ମିତ ପାତ୍ର ଉଠାଇଲେ ଉଷୁନା ଚାଉଳ ପ୍ରସଙ୍ଗ

ସଂସଦର ଶୀତକାଳୀନ ଅଧିବେଶନରେ ଶୁକ୍ରବାର ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ

BJD MP Sasmit Patra Raises Surplus Parboiled Rice Issue In Rajya Sabha
ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

By

Published : Dec 3, 2021, 9:24 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ । ସଂସଦର ଶୀତକାଳୀନ ଅଧିବେଶନରେ ଶୁକ୍ରବାର ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଓଡିଶାର ଉଷୁନା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ (Food Corporation of India) ନେଉ ନ ଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ।

ଆଜି ରାଜ୍ୟସଭାର ପ୍ରଶ୍ନକାଳରେ ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପ୍ରଶ୍ନ କରିଛନ୍ତି। ଓଡିଶାର ଉଷୁନା ଚାଉଳକୁ ଉଠାଉନାହିଁ ଭାରତୀୟ ଖାଦ୍ୟ ନିଗମ ଏଥିରେ ଓଡିଶାର ଚାଷୀ ପ୍ରଭାବିତ ହେବେ । ତେବେ ଏଥି ପ୍ରତି ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।

ଏହା ସହ ସସ୍ମିତ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଆମେ ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲୁ ଏବଂ ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ଭେଟିଥିଲା । ହେଲେ ମଧ୍ୟ ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଉଷୁନା ଚାଉଳ ଉଠାଉ ନାହିଁ । ଓଡିଶାର ବହୁ ପରିମାଣରେ ଉଷୁନା ଚାଉଳ ଉତ୍ପାଦନ ହେଉଥିବାବେଳେ ଏଥିଯୋଗୁଁ ଓଡିଶାର ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପୂର୍ବରୁ ଗତ ଅକ୍ଟୋବର ୧୦ ତାରିଖରେ ଉଷୁନା ଚାଉଳକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଏଥିରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଥିଲେ। ଓଡିଶାର ଚଳିତ ବର୍ଷ ଅଧିକ ପରିମାଣରେ ଉଷୁନା ଚାଉଳ ଉତ୍ପାଦନ ହୋଇଛି ।

ABOUT THE AUTHOR

...view details