ଓଡିଶା

odisha

ETV Bharat / city

ରାଜ୍ୟସଭାରେ ଉଠିଲା ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ପ୍ରସଙ୍ଗ - କଳିଙ୍ଗ ରେଜିମେଣ୍ଟ

ରାଜ୍ୟସଭାରେ ଉଠିଲା କଳିଙ୍ଗ ରେଜିମେଣ୍ଟ ପ୍ରସଙ୍ଗ । ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଖୋଲିବାକୁ ଦାବି । ବିଜେଡି ସାଂସଦ ସସ୍ମିତ ପାତ୍ର ଆଣିଲେ ଏହି ଦାବି ।

ଫାଇଲ ଫଟୋ

By

Published : Jul 25, 2019, 4:32 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା କଳିଙ୍ଗ ରେଜିମେଣ୍ଟ ପ୍ରସଙ୍ଗ । ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଖୋଲିବାକୁ ଦାବି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇଲେ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ସସ୍ମିତ । ଏହି ଅବସରରେ ସେ ପ୍ରତିରକ୍ଷା କ୍ଷେତ୍ରକୁ ରାଜ୍ୟର ଅବଦାନ ବିଷୟରେ ଗୃହରେ ବର୍ଣ୍ଣନା କରିଥିଲେ । ବିଶେଷ କରି କାଲାମ ଦ୍ବୀପ ଏବଂ ବିଭିନ୍ନ କ୍ଷେପଣାସ୍ତ୍ର ନିର୍ମାଣରେ ଓଡିଶାର ଭୂମିକା ବିଷୟରେ ସେ ସୂଚିତ କରିଥିଲେ । ଏହାସହ ସେ ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଖୋଲିବାକୁ ଦାବି କରିଥିଲେ ।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କ ଦ୍ବାରା ସେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିଲେ । ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଖୋଲିଲେ ଏହା ରାଜ୍ୟ ପ୍ରତି ଏକ ଗର୍ବ ତଥା ଗୌରବର ବିଷୟ ହେବ । ପୂର୍ବରୁ 2015ରେ ଏହି ଦାବି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details