ଓଡିଶା

odisha

ETV Bharat / city

KV କୋଟା ବିବାଦ: ବ୍ୟକ୍ତିଗତ ମତ ରଖିଲେ ସାଂସଦ ଅମର ପଟ୍ଟନାୟକ - ସାଂସଦ ଅମର ପଟ୍ଟନାୟକ

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ ଓ ଜିଲ୍ଲାପାଳଙ୍କ କୋଟାରେ ନାଁ ଲେଖା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବ ବେଳେ ଏହି ପ୍ରସଙ୍ଗରେ କ'ଣ କହୁଛନ୍ତି ସାଂସଦ ଅମର ପଟ୍ଟନାୟକ । ଜାଣନ୍ତୁ

KV କୋଟା ବିବାଦ: ନିଜର ବ୍ୟକ୍ତିଗତ ମତ ରଖିଲେ ସାଂସଦ ଅମର ପଟ୍ଟନାୟକ
KV କୋଟା ବିବାଦ: ନିଜର ବ୍ୟକ୍ତିଗତ ମତ ରଖିଲେ ସାଂସଦ ଅମର ପଟ୍ଟନାୟକ

By

Published : Apr 17, 2022, 11:48 AM IST

ଭୁବନେଶ୍ବର:କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ସମୟରେ କାମ ଦେବନି ସାଂସଦଙ୍କ ସୁପାରିଶ । ସାଂସଦ ଓ ଜିଲ୍ଲାପାଳଙ୍କ କୋଟାରେ ନାମଲେଖାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୋଟା ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି BJD ସାଂସଦ ଅମର ପଟ୍ଟନାୟକ । ଏହି ପ୍ରସଙ୍ଗରେ ଜଣେ ସାଂସଦ ହିସାବରେETV BHARATକୁ ନିଜର ବ୍ୟକ୍ତିଗତ ମତାମତ ଜଣାଇଛନ୍ତି ଅମର ପଟ୍ଟନାୟକ । ସାଂସଦ ପାଞ୍ଚଟି ବିନ୍ଦୁରେ ନିଜ ମତ ରଖିଛନ୍ତି । ଯେପରିକି...

୧. ବିଭିନ୍ନ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପିଲା ଭଳି ରାଜ୍ୟର ସାଧାରଣ ଛାତ୍ରଛାତ୍ରୀଙ୍କୁ ପଢିବାକୁ ସୁଯୋଗ ମିଳୁ ।

୨. ଦେଶରେ ଅଧିକ ସଂଖ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉ । ମୁଁ ବ୍ୟକ୍ତିଗତ ଭାବେ ଅଧିକ ସଂଖ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ସଂସଦରେ ଦାବି କରି ଆସିଛି ବୋଲି ଅମର ଜଣାଇଛନ୍ତି ।

୩. ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅମର ପଟ୍ଟନାୟକ ଦାବି କରିଛନ୍ତି ।

୪. ସାଂସଦ କହିଛନ୍ତି, ଶିକ୍ଷା ରାଜ୍ୟ କ୍ଷମତା ପରିସରଭୁକ୍ତ । ତେବେ ରାଜ୍ୟ କ୍ଷେତ୍ରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ସମ୍ବଳର ଅଭାବ ରହିଛି । ତେଣୁ କେନ୍ଦ୍ର ସରକାର ଏ ଦିଗରେ ଉତ୍ତରଦାୟିତ୍ଵ ନେବା ଆବଶ୍ୟକ । ୨୦୦୪ରୁ କେନ୍ଦ୍ର ସରକାର ଶିକ୍ଷା ଉପରେ ସେସ୍ ଆଦାୟ କରୁଛନ୍ତି ବୋଲି ସେ କହିଛନ୍ତି ।

୫. କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ଥିବା ବର୍ତ୍ତମାନ କୋଟା ସଂଖ୍ୟା ବହୁତ କମ୍ । କୋଟା ସଂଖ୍ୟା ବଢ଼ିବ ଆବଶ୍ୟକ । ତେବେ କୌଣସି ଛାତ୍ରଙ୍କ ନାଁ ସୁପାରିଶ କରିବା ପାଇଁ ନିର୍ଦ୍ଧିଷ୍ଟ ମାପକାଠି ରହିବା ଆବଶ୍ୟକ । ଯେପରିକି ସଂରକ୍ଷଣ, ଅଭିଭାବଙ୍କ ଆୟର ସୀମା ଆଧାରରେ ସୁପାରିଶ ହେବା ଆବଶ୍ୟକ । କୋଟା ସଂପୂର୍ଣ୍ଣ ବନ୍ଦ କରିବା ଅର୍ଥ ହେଉଛି ଗରୀବ ଓ SC ST ଛାତ୍ରଛାତ୍ରୀମାନଙ୍କୁ, ଯେଉଁମାନଙ୍କ ପିତାମାତା କେନ୍ଦ୍ର ସରକାରଙ୍କ ଅଧିନରେ କିମ୍ବା ପ୍ରତିରକ୍ଷା ବିଭାଗରେ ଚାକିରି କରୁନାହାନ୍ତି ସେମାନଙ୍କୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ କରିବା ବୋଲି ଅମର ପଟ୍ଟନାୟକ ମତ ରଖିଛନ୍ତି ।

ଭୁବନେଶ୍ବରରୁ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ

ABOUT THE AUTHOR

...view details