ଓଡିଶା

odisha

By

Published : Jan 28, 2020, 2:38 PM IST

ETV Bharat / city

ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ରହିଛି କେନ୍ଦ୍ରର ସହମତି: ବିଜେଡି ସାଂସଦ

ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସମସ୍ୟା ହେବ ନାହିଁ। ଆସନ୍ତା ବଜେଟ ଅଧିବେଶନରେ ଏ ପ୍ରସଙ୍ଗ ଆମେ ଉଠାଇବୁ। ଏହାର ଗଠନ ନେଇ କେନ୍ଦ୍ର ରାଜି ଅଛି ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ।

BJD MP Pinaki Mishra
ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରର ସହମତି ରହିଛି: ବିଜେଡି ସାଂସଦ

ଭୁବନେଶ୍ବର: ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସମସ୍ୟା ହେବ ନାହିଁ। ଆସନ୍ତା ବଜେଟ ଅଧିବେଶନରେ ଏ ପ୍ରସଙ୍ଗ ଆମେ ଉଠାଇବୁ। ଏହାର ଗଠନ ନେଇ ରାଜି ଅଛି କେନ୍ଦ୍ର। ଆମ ସହିତ ସହମତ ରହିଛି। ଆମକୁ ପ୍ରତିଶ୍ରୁତି ମଳିଛି। ହେଲେ କ’ଣ ଆଲୋଚନା ହୋଇଛି ତାହା କହି ହେବ ନାହିଁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର।

ବିଧାନ ପରିଷଦ ଗଠନ ନେଇ ସମସ୍ୟା ହେବ ନାହିଁ। ରାଜ୍ୟ ବିଧାନସଭାରେ ମଧ୍ୟ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଛି। ସବୁ ଦଳର ସହମତି ରହିଛି ବୋଲି ସେ କହିଛନ୍ତି ।

ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରର ସହମତି ରହିଛି

ଏହାସହ ଆନ୍ଧ୍ରପ୍ରଦେଶ ସରକାର ଗୋଟିଏ ପଟେ ବିଧାନ ପରିଷଦ ଉଚ୍ଛେଦ କରିବାକୁ ବିଧାନସଭାରେ ସଙ୍କଳ୍ପ ପାରିତ କରିଥିବାବେଳେ ଓଡିଶା ଏହାକୁ କାହିଁକି କାର୍ଯ୍ୟକାରୀ କରିବାକୁ ଏତେ ଆଗ୍ରହୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ଆନ୍ଧ୍ରର ସ୍ଥିତି ସମ୍ପୂର୍ଣ ଅଲଗା। ପୂର୍ବରୁ ଅନେକଥର ଭାଙ୍ଗିଛନ୍ତି, ଆଉ ଅନେକଥର ଗଢିଛନ୍ତି। ସେଥିରେ କିଛି ନୂଆ ନାହିଁ।’ ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ ସେ ସ୍ଥିର ନିଶ୍ଚିତ ଥିବା କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details