ଓଡିଶା

odisha

ETV Bharat / city

ଲୋକସଭାରେ 3 ବିଧେୟକକୁ ପିନାକୀଙ୍କ ପ୍ରଂଶସା, ଓଡିଆ ସାଂସଦ କରିଛନ୍ତି କଠିନ ପରିଶ୍ରମ

ସଂସଦରେ ଆଲୋଚନା ସମୟରେ ବିସ୍ତୃତ ବିବୃତି ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ସାଂସଦ ଭର୍ତ୍ତୁହରି ମହତାବଙ୍କ ନେତୃତ୍ବାଧିନ ଷ୍ଟାଣ୍ଡିଂ କମିଟି ଏହା ଉପରେ ଅନେକ ପରିଶ୍ରମ କରିଥିବା ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଲୋକସଭାରେ 3 ବିଧେୟକୁ ପିନାକୀଙ୍କ ପ୍ରଂଶସା, ଓଡିଆ ସାଂସଦ କରିଛନ୍ତି କଠିନ ପରିଶ୍ରମ
ଲୋକସଭାରେ 3 ବିଧେୟକୁ ପିନାକୀଙ୍କ ପ୍ରଂଶସା, ଓଡିଆ ସାଂସଦ କରିଛନ୍ତି କଠିନ ପରିଶ୍ରମ

By

Published : Sep 22, 2020, 8:14 PM IST

ନୂଆଦିଲ୍ଲୀ: ଔଦ୍ୟୋଗିକ ସମ୍ବନ୍ଧ ବିଧେୟକ, ବ୍ୟବସାୟିକ ସୁରକ୍ଷା ସ୍ବାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି ବିଧେୟକ , ସାମାଜିକ ସୁରକ୍ଷା ସଂହିତା ଉପରେ ଲୋକସଭାରେ ବିସ୍ତୃତ ଆଲୋଚନା କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବିଗତ ଦିନରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ସେ କହିଛନ୍ତି ।

ସାଂସଦ ପିନାକୀ ମିଶ୍ର କହିଛନ୍ତି, ଏହି 3ଟି ବିଲ୍‌ରେ 411 ଧାରା, 13 ଅନସୂଚୀ, 350 ପୃଷ୍ଠା ରହିଛି । ସ୍ବଳ୍ପ ସମୟ ମଧ୍ୟରେ ବିସ୍ତୃତ ଭାବରେ ଏଗୁଡିକୁ ପଢିବା ସାଂସଦଙ୍କ ପକ୍ଷରେ କଷ୍ଟସାଧ୍ୟ । ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ନେତୃତ୍ବାଧିନ ସଂସଦର ଷ୍ଟାଣ୍ଡିଂ କମିଟି ଏହି ବିଧେୟକଗୁଡିକ ଉପରେ ଅନେକ ପରିଶ୍ରମ କରିଥିବା ପିନାକୀ ସୂଚନା ଦେଇଛନ୍ତି ।

ଲୋକସଭାରେ 3 ବିଧେୟକୁ ପିନାକୀଙ୍କ ପ୍ରଂଶସା, ଓଡିଆ ସାଂସଦ କରିଛନ୍ତି କଠିନ ପରିଶ୍ରମ

ଅନ୍ୟପକ୍ଷେ ଏହି ସଂହିତାଗୁଡିକରେ ଅତ୍ୟଧିକ ସଂସଦୀୟ ପ୍ରତିନିଧି ମଣ୍ଡଳ ଗଠନ ଏକ ତୃଟି ବୋଲି କହିଛନ୍ତି ପିନାକୀ । ସେହିପରି ଏଗୁଡିକରେ ପାନୀୟ ଜଳ, କ୍ୟାଣ୍ଟନ ଆଦି ଉଲ୍ଲେଖ ନାହିଁ । ଓଡିଶା ସରକାର ଏହା ଉପରେ ଅନେକ କାର୍ଯ୍ୟ କରିଥିବା ସାଂସଦ ମିଶ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details