ଓଡିଶା

odisha

ETV Bharat / city

ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗ; ନିର୍ମଳାଙ୍କୁ ଭେଟିଲେ ସାଂସଦ - ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁଙ୍କ 545 କୋଟି ଟଙ୍କା ସୁରକ୍ଷିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଦେବାକୁ ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କଲେ ବିଜେଡି ସାଂସଦ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

BJD MP DELEGATION
BJD MP DELEGATION

By

Published : Mar 11, 2020, 5:50 PM IST

ନୂଆଦିଲ୍ଲୀ: ଦୂର୍ଦ୍ଦିନରେ ଥିବା ୟେସ ବ୍ୟାଙ୍କକୁ ନେଇ ଏବେ ସାରା ଦେଶରେ ଗ୍ରାହକଙ୍କ ମଧ୍ୟରେ ଲାଗି ରହିଛି ଆଶଙ୍କା । ବ୍ୟାଙ୍କ ଦେବାଳିଆ ହୋଇଯିବା ପରେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ କି ନୁହେଁ ତାହା ବଡ ପ୍ରଶ୍ନ ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେଡି ସାଂସଦ

ୟେସ ବ୍ୟାଙ୍କରେ ଓଡିଆଙ୍କ ଆରଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କା ଜମା ଅଛି । ଯାହାକୁ ନେଇ ଏବେ କୋଟି କୋ଼ଟି ଓଡିଆ ଓ ଭକ୍ତଙ୍କ ମଧ୍ୟରେ ବଢୁଛି ଜନ ଅସନ୍ତୋଷ । କିଏ କାହିଁକି ୟେସ ବ୍ୟାଙ୍କରେ ପ୍ରଭୁଙ୍କ ସମ୍ପତ୍ତି ରଖିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ?

ଏହି ପ୍ରସଙ୍ଗକୁ ନେଇ ଆଜି ଶାସକ ବିଜୁ ଜନତା ଦଳର ସାଂସଦ ଉଭୟ ରାଜ୍ୟସଭା ଓ ଲୋକସଭାର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେବା ସହ ଶ୍ରୀ ଜଗନ୍ନାଥଙ୍କ ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଦେବାପାଇଁ ଅନୁରୋଧ କରିଛନ୍ତି । ଅର୍ଥମନ୍ତ୍ରୀ ମଧ୍ୟ ଅର୍ଥ ଫେରସ୍ତର ପ୍ରତିଶୃତି ଦେଇଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details