ଓଡିଶା

odisha

ETV Bharat / city

କେନ୍ଦ୍ର ଗୋଟିଏ ରେଟରେ ଭ୍ୟାକ୍ସିନ କିଣି ରାଜ୍ୟମାନଙ୍କୁ ଦେଉ: ଅମର ପଟ୍ଟନାୟକ - କୋରୋନା ଟୀକାକରଣ ଖବର

ଭ୍ୟାକ୍ସିନର ଭିନ୍ନ ଭିନ୍ନ ରେଟ୍ ଏବଂ ସାଧାରଣ ଜନତାଙ୍କ ପାଇଁ ଅଧିକ ଦାମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

BJD MP Amar patnaik reaction on vaccine price
କେନ୍ଦ୍ର ଗୋଟିଏ ରେଟରେ ଭ୍ୟାକସିନ୍ କିଣି ରାଜ୍ୟ ମାନଙ୍କୁ ଦେଉ: ଅମର ପଟ୍ଟନାୟକ

By

Published : Apr 25, 2021, 1:38 PM IST

ଭୁବନେଶ୍ବର:ଭ୍ୟାକ୍ସିନର ଭିନ୍ନ ଭିନ୍ନ ରେଟ୍ ଏବଂ ସାଧାରଣ ଜନତାଙ୍କ ପାଇଁ ଅଧିକ ଦାମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ଏହା ଚିନ୍ତାଜନକ ବିଷୟ। ଆମେ ଭାବିଥିଲୁ କୋଭିସିଲ୍ଡ ପରି କିଛି ଦର ହେବ। ICMR ଦ୍ବାରା ସ୍ବୀକୃତି କୋଭାକ୍ସିନ କମ ହେବ ବୋଲି ଭାବିଥିଲୁ। ହେଲେ ବହୁତ ବଢିଛି ବୋଲି ସାଂସଦ କହିଛନ୍ତି ।

କେନ୍ଦ୍ର ଗୋଟିଏ ରେଟରେ ଭ୍ୟାକସିନ୍ କିଣି ରାଜ୍ୟ ମାନଙ୍କୁ ଦେଉ: ଅମର ପଟ୍ଟନାୟକ

ଭ୍ୟାକ୍ସିନର ଭିନ୍ନ ଭିନ୍ନ ଦାମ ଯୋଗୁଁ ଏହା ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ। ରାଜ୍ୟମାନେ ନିଜ ସ୍ତରରରେ କୋଭିଡ଼ ମୁକାବିଲା କରୁଛନ୍ତି। ଯେତେ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଛି, ସେଥିରେ ଯେତେ ଖର୍ଚ୍ଚ ହେଲେ ତୁରନ୍ତ ସୁଧାର ଆସିବା ସମ୍ଭବ ନୁହେଁ। ତେଣୁ କୋଭିଡ଼ ଟୀକା କିଣିବାରେ ଏତେ ଖର୍ଚ୍ଚ ହେଲେ, ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ହେବ କେମିତି ? ଯାହା ପାଖରେ ଟଙ୍କା ଅଛି, ସେ କିଣି ପାରିବେ। କେନ୍ଦ୍ର ସରକାର ଗୋଟିଏ ରେଟରେ କିଣି ସମସ୍ତ ଖର୍ଚ୍ଚ ବହନ କଲେ। ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ କରିପାରିବେ। ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ନ ପକାନ୍ତୁ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ସୂଚନାଥାଉକି ଭାରତରେ ପ୍ରସ୍ତୁତ ଦୁଇଟି ସ୍ବାଦେଶୀ ଭ୍ୟାକ୍ସିନକୁ ସାଧାରଣ ବଜାରରେ ଉପଲବ୍ଧ କରିବା ପାଇଁ ସରକାର ସ୍ବୀକୃତି ଦେଇଛନ୍ତି । ଏହି ପରିପ୍ରେକ୍ଷୀର ଏହାର ଦାମକୁ ନେଇ ବିଭିନ୍ନ ଲୋକ ଭିନ୍ନମତ ପୋଷଣ କରୁଛନ୍ତି । ଭାରତ ବାୟୋଟେକର କୋଭାକ୍ସିନର ଦାମ ଗୋଟିଏ ପ୍ରକାରର ଥିବା ବେଳେ ସିରୋମର କୋଭିସିଲ୍ଡର ଦାମ ମଧ୍ୟରେ ପାର୍ଥକ୍ୟ ରହିଛି । କୋଭିସିଲ୍ଡ ରାଜ୍ୟକୁ 400 ଟଙ୍କାରଦେବାକୁ ସ୍ଥିର କରିଥିବାବେଳେ ଘରୋଇ ହସପିଟାଲକୁ 600 ଟଙ୍କା ପାଇଁ ସ୍ଥିର କରାଯାଇଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନର ମଧ୍ୟ ରାଜ୍ୟକୁ 600 ଟଙ୍କାର ଟିକା ଦେବା ପାଇଁ ସ୍ଥିର କରିବାବେଳେ ଘରୋଇ ହସପିଟାଲକୁ 1200 ଟଙ୍କାରେ ଦେବା ପାଇଁ ସ୍ଥିର କରାଯାଇଛି ।

ଭୁବନେଶ୍ବରୁର ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details