ଓଡିଶା

odisha

By

Published : Aug 1, 2019, 10:10 PM IST

ETV Bharat / city

ଜଗନ୍ନାଥ ସଂସ୍କୃତି ବିରୋଧରେ ଲୁଧିଆନା ଇସ୍କନ ରଥଯାତ୍ରା

ଜଗନ୍ନାଥ ସଂସ୍କୃତି ବିରୋଧରେ ଲୁଧିଆନା ଇସ୍କନ ରଥଯାତ୍ରା । ତେଣୁ ଏହାକୁ ଏହାକୁ ବନ୍ଦ କରାନଗଲେ ଇସ୍କନକୁ ବିରୋଧ କରାଯିବ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଭୁବନେଶ୍ବର: କିଛି ବର୍ଷ ତଳେ ପୁରୀରେ ଦ୍ବିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡି ବିବାଦ ଘେରକୁ ଆସିଥିବା ଇସ୍କନ ସଂସ୍ଥାର ପୁଣି ଏକ କାରନାମା ଚର୍ଚ୍ଚାକୁ ଆସିଛି । ଆଷାଢ ମାସ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହେଉଥିବାବେଳେ ଲୁଧିଆନାରେ ଇସ୍କନ କର୍ତ୍ତୃପକ୍ଷ ଆସନ୍ତା ନଭେମ୍ବର ୧୬ ତାରିଖରେ ରଥଯାତ୍ରା କରୁଥିବା ସୂଚନା ମିଳିଛି । ଏନେଇ ଆଜି(ଗୁରୁବାର) ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଲୁଧିଆନା ଇସ୍କନ ରଥଯାତ୍ରା ଜଗନ୍ନାଥ ସଂସ୍କୃତି ବିରୋଧରେ ବୋଲି କହିବା ସହ ଏହାକୁ ବନ୍ଦ କରାନଗଲେ ଇସ୍କନକୁ ବିରୋଧ କରାଯିବ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଲୁଧିଆନାରେ ଗତବର୍ଷ ଡିସେମ୍ବର ୧୬ ତାରିଖରେ ରଥଯାତ୍ରା ପାଳନକୁ ବିରୋଧ କରାଯାଇଥିଲା । ଜଗନ୍ନାଥ ପ୍ରେମୀ ଓ ଗଜପତି ମହାରାଜା ଏହାକୁ ବରୋଧ କରିଥିଲେ । ଧାରଣା ଦେବାକୁ ଧମକ ଦେବା ପରେ ସେମାନେ ଏମିତି ଆଉ କରିବେନି ବୋଲି କହିଥିଲେ । ମାତ୍ର ଏବେ ପୁଣି ସ୍ଥିର କରିଛନ୍ତି ଯେ ନଭେମ୍ବର ୧୬ ତାରିଖରେ ଏହି ରଥଯାତ୍ରା ପାଳନ କରାଯିବ । ମହାପ୍ରଭୁଙ୍କ ପ୍ରଚାର ପ୍ରସାର କରନ୍ତୁ ବା ମନ୍ଦିର ତିଆରି କରିବାକୁ ମନା ନାହିଁ କିନ୍ତୁ ଯିଏ ଯାହା ପାଇବ ତାହା କରିବ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ବ୍ୟକ୍ତିଗତ ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

ABOUT THE AUTHOR

...view details