ଭୁବନେଶ୍ବର: ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ବିଧାନସଭାରେ ଯାହା କରିଛନ୍ତି ତାହାକୁ କଡା ଭାଷାରେ ବିଜେଡି ନିନ୍ଦା କରୁଛି । ବିଧାନସଭା ଏକ ସ୍ଵତନ୍ତ୍ର ଗୃହ ଆଜି ପର୍ଯ୍ୟନ୍ତ କେବେ ଏଭଳି ଘଟଣା ହୋଇନାହିଁ । ସାନିଟାଇଜର ପିଇ ପ୍ରତିବାଦ କରିବା ଓଡିଶା ନୁହେଁ ସାରା ଭାରତରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
ଏହା ବିଜେପିର ଦଳୀୟ ପ୍ରରୋଚନାରେ କରାଯାଇଛି ନା ସୁବାଷ ବ୍ୟକ୍ତିଗତ ଭାବରେ ଏଭଳି କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବାଚସ୍ପତିଙ୍କ ପାଖରେ ଆମେ ଦାବି କରିଛୁ ସେ କ୍ଷମା ମାଗନ୍ତୁ । ସେ କ୍ଷମା ନମାଗିଲେ ବିଜେଡି ତା ଷ୍ଟାଣ୍ଡରେ ଅଟଳ ରହିବ ବୋଲି ପ୍ରତାପ କହିଛନ୍ତି ।