ଭୁବନେଶ୍ବର: ଉପନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର ତିନି ରାଜନୈତିକ ଦଳ । ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ । ୧୨ ସୁଦ୍ଧା ପ୍ରାର୍ଥୀପତ୍ର ହେବ ଦାଖଲ ।
ସେପଟେ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଯେ, ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ବିଜେଡିର ଦୃଢୋକ୍ତି ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ଭଲ ରେଜଲ୍ଟ କରିବ ଦଳ ।