ଓଡିଶା

odisha

ETV Bharat / city

ବିଜେଡିରେ ଟିକେଟ କନ୍ଦଳ: ଅସନ୍ତୁଷ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ - ଓଡିଶା ପୌର ନିର୍ବାଚନ

ପୌର ନିର୍ବାଚନ ନେଇ ବିଜେଡିରେ ସମାଧାନ ହେଉନି ଟିକେଟ କନ୍ଦଳ । ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦଳୀୟ ନେତାଙ୍କୁ ମନେଇବାରେ ଲାଗିଛି ଦଳ । ଅଧିକ ପଢନ୍ତୁ

ବିଜେଡିରେ ଟିକେଟ କନ୍ଦଳ; ଅସନ୍ତୁଷ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ବିଜେଡିରେ ଟିକେଟ କନ୍ଦଳ; ଅସନ୍ତୁଷ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

By

Published : Mar 10, 2022, 9:09 PM IST

ଭୁବନେଶ୍ବର: ପୌର ନିର୍ବାଚନ ନେଇ ବିଜେଡିରେ ସମାଧାନ ହେଉନି ଟିକେଟ କନ୍ଦଳ । ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦଳୀୟ ନେତାଙ୍କୁ ମନେଇବାରେ ଲାଗିଛି ଦଳ । ଅସନ୍ତୁଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଚାର କରୁଛି ଦଳ ।

ବିଜେଡିରେ ଟିକେଟ କନ୍ଦଳ; ଅସନ୍ତୁଷ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ତେବେ ଶୃଙ୍ଖଳାକୁ ଚାହିଁ ଦଳ ଯାହା ନିଷ୍ପତ୍ତି ନେବା କଥା ନେବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି ଯେ, ଦଳର ସ୍ୱରୂପ ବହୁତ ବୃଦ୍ଧି ପାଇଛି । ସାଙ୍ଗଠନିକ ଓ କର୍ମୀ ସ୍ତରରେ ମଧ୍ୟ କଳେବର ବଢିଛି ।

ସେହି ହିସାବରେ ଆଶାୟୀ ସଂଖ୍ୟା ବଢିବା ସ୍ୱାଭାବିକ କଥା । ଅନେକ କର୍ମୀଙ୍କ ମନରେ ଧାରଣା ଅଛି ଯେ, ବିଜେଡି ଟିକେଟ ନେଇ ଗଲେ ଆମେ ଲୋକଙ୍କ ନିକଟତର ହୋଇପାରିବୁ । ସେବା କରିବାର ସୁଯୋଗ ପାଇବୁ ଓ ଜିତି ଯିବୁ ବୋଲି ଭାବୁଛନ୍ତି ନେତା ଏବଂ କର୍ମୀ ଏ କଥା କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ।
ସେହିପରି ବିଜେଡିରୁ ଶଙ୍ଖ ଚିହ୍ନ ପାଇଥିବା ପ୍ରାର୍ଥୀଙ୍କୁ ହିଁ ଲୋକ ଭୋଟ ଦେବେ । କାରଣ ଲୋକଙ୍କ ମନରେ ନବୀନ ବାବୁ ଓ ଶଙ୍ଖ ଅଛି । ଏହାକୁ ଆଧାର କରି ଲୋକ ଭୋଟ ଦେବେ । ଆମର କିଛି ଲୋକ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ।

ଦଳ ପକ୍ଷରୁ ସେମାନଙ୍କ ସହ ଯୋଗାଯୋଗରେ ଅଛୁ । ମନେଇବା ଲାଗି ଚେଷ୍ଟା କରୁଛୁ । ପର୍ଯ୍ୟବେକ୍ଷକ ତାଙ୍କ ପାଖକୁ ଯାଇ ବୁଝାଉଛନ୍ତି ।

ଆଶା ଅଛି ଅଧିକାଂଶ ନାମାଙ୍କନ ପ୍ରତ୍ୟାହାର କରିବେ । ଦଳର ମୁଖ୍ୟ ସ୍ରୋତକୁ ଫେରି ଆସିବେ ବୋଲି ଆମେ ଆଶାବାଦୀ ଅଛୁ ବୋଲି ପ୍ରଶାନ୍ତ କହିଛନ୍ତି । ଯଦି ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କଲେ ସେମାନେ ଲୋକଙ୍କ ପାଖରେ ପ୍ରତ୍ୟାକ୍ଷିତ ହେବେ ।

ନିର୍ବାଚନରେ ସେମାନେ ନିଜର ଭାବମୂର୍ତ୍ତୀ ଯୋଗୁଁ କିଛି ଭୋଟ ପାଇ ପାରନ୍ତି । କିନ୍ତୁ ତାହା ବିଜୟ ଲାଗି ପର୍ଯ୍ୟାପ୍ତ ହେବ ନାହିଁ ବୋଲି ସେ କହିଛନ୍ତି । ଶୃଙ୍ଖଳାକୁ ଚାହିଁ ଦଳ ଯାହା ନିଷ୍ପତ୍ତି ନେବା କଥା ନେବ ।

ଏଥିସହ ଅସନ୍ତୁଷ୍ଟ ନ ମାନିଲେ, ସ୍ଥାନ ବିଶେଷରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ପରିସ୍ଥିତିକୁ ଦେଖି ଦଳୀୟ ହାଇ କମାଣ୍ଡ ନିଷ୍ପତ୍ତି ନେବେ । ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରଶାନ୍ତ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details