ଓଡିଶା

odisha

ETV Bharat / city

ପ୍ରଶାସନିକ ଅଧିକାରୀ-ଲୋକ ପ୍ରତିନିଧି ମୁହାଁମୁହିଁ ପ୍ରସଙ୍ଗ, ଜବାବ ରଖିଲା BJD - ପ୍ରଶାସନିକ ଅଧିକାରୀ ଲୋକ ପ୍ରତିନିଧି ମୁହାଁମୁହିଁ ପ୍ରସଙ୍ଗ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ-ଲୋକ ପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ସମନ୍ଵୟ ଥିଲେ ବି ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ସମନ୍ଵୟ ରହୁନି କହିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ପ୍ରଶାସନିକ ଅଧିକାରୀ-ଲୋକ ପ୍ରତିନିଧି ମୁହାଁମୁହିଁ ପ୍ରସଙ୍ଗ, ଜବାବ ରଖିଲା BJD
ପ୍ରଶାସନିକ ଅଧିକାରୀ-ଲୋକ ପ୍ରତିନିଧି ମୁହାଁମୁହିଁ ପ୍ରସଙ୍ଗ, ଜବାବ ରଖିଲା BJD

By

Published : May 7, 2022, 9:47 PM IST

ଭୁବନେଶ୍ବର: ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ-ଲୋକ ପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି । ସରକାରୀ ଦଳ ବିଜେଡି ପ୍ରଶାସନକୁ ବ୍ୟବହାର କରୁଥିବାରୁ ଏପରି ସ୍ଥିତି ଉପୁଜୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ପ୍ରଶାସନକୁ ବ୍ୟବହାର କରି ଲୋକଙ୍କ କାମ କରାଯାଏ ବୋଲି କହିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ।

ପ୍ରଶାସନିକ ଅଧିକାରୀ-ଲୋକ ପ୍ରତିନିଧି ମୁହାଁମୁହିଁ ପ୍ରସଙ୍ଗ, ଜବାବ ରଖିଲା BJD

ପ୍ରମିଳା କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ସମସ୍ୟା ହେଉଛି । ସମନ୍ଵୟ ଥିଲେ ବି ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ସମନ୍ଵୟ ରହୁନି । ଯେଉଁମାନେ ଅଫିସର ମାନଙ୍କୁ ଗାଳି ଗୁଲଜ କରି ଖରାପ ପରମ୍ପରା ସୃଷ୍ଟି କରୁଛନ୍ତି । ଅଫିସରମାନେ ତଳସ୍ତରରେ କାମ ନକଲେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇପାରିବ । ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ନ ଜଣାଇ ଖରାପ ପ୍ରଦର୍ଶନ କରିବା ଠିକ୍ ନୁହେଁ ।

ପ୍ରଶାସନକୁ ବ୍ୟବହାର କରି ଲୋକଙ୍କ କାମ କରାଯାଏ । ପ୍ରଶାସନକୁ କୌଣସି ସ୍ଥାନରେ ବିଜେଡି ରାଜନୈତିକ ଭାବେ ବ୍ୟବହାର କରୁନାହିଁ । ଲୋକ ହିତକର କାର୍ଯ୍ୟ ପ୍ରଶାସନ ହିଁ କରନ୍ତି । ଲୋକ ପ୍ରତିନିଧି ସହଯୋଗରେ ଏହା ହୁଏ । କାହିଁକି ଲୋକ ପ୍ରତିନିଧି ଅଫିସରଙ୍କ ସହ ଯୁକ୍ତିତର୍କ କରୁଛନ୍ତି, ସେମାନେ କହିପାରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details