ଭୁବନେଶ୍ବର:ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାବେଳେପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ସହ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ଜାରି ହୋଇଛି । ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଆଶାୟୀଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ବିଜ୍ଞପ୍ତି ନ ସୁହାଇଲେ ଅସନ୍ତୋଷ ସ୍ବାଭାବିକ କଥା ବୋଲି କହିବା ସହ ସଂରକ୍ଷଣ ତାଲିକା ଫର୍ମାଟ ଅନୁସାରେ ହୋଇଛି ବୋଲି କହିଛନ୍ତି ପ୍ରଶାନ୍ତ ।
ବିଧାୟକ ପ୍ରଶାନ୍ତ କହିଛନ୍ତି ଯେ, ବିଜ୍ଞପ୍ତି ଯାହାକୁ ସୁହାଇଲା ପରି ହୋଇଥିବା ସେ ଖୁସି ଥିବେ । ଯାହାକୁ ସୁହାଉ ନଥିବ ସେ ଅସନ୍ତୋଷ ପ୍ରକାଶ କରିବା ମଧ୍ୟ ସ୍ବାଭାବିକ । ଏଥିରେ ଦଳର କିଛି ଭୂମିକା ନାହିଁ । ଦଳ ସଂଗଠନ ଅନୁସାରେ ଚାଲେ । ସଂଗଠନ ଥିଲେ ଯିଏ ଯେଉଁ ବର୍ଗର ପ୍ରାର୍ଥୀ ହେଲେ ବି ଜିତିବେ ।