ଓଡିଶା

odisha

ETV Bharat / city

MLA Kishore Mohanty passes away: ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି ।

ଆରପାରିରେ ବିଜେଡି ବିଧାୟକ କିଶୋର ମହାନ୍ତି
ଆରପାରିରେ ବିଜେଡି ବିଧାୟକ କିଶୋର ମହାନ୍ତି

By

Published : Dec 30, 2021, 7:03 PM IST

Updated : Dec 30, 2021, 9:05 PM IST

ଭୁବନେଶ୍ବର:୬୩ ବର୍ଷ ବୟସରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ । । ଝାରସୁଗୁଡାରୁ ୩ ଥର ବିଧାୟକ ଥିଲେ । ଚଳିତ ଥର ସେ ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଥିଲେ । ପ୍ରଥମେ ୧୯୯୦ ମସିହାରେ ପ୍ରଥମେ ବିଧାୟକ ହୋଇଥିଲେ । ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୪ ରୁ ୨୦୦୮ ମଧ୍ୟରେ ସରାକାରୀ ଦଳର ମୁଖ୍ୟ ସଚେତକ ମଧ୍ୟ ହୋଇଥିଲେ । ପରେ ୨୦୦୮ ରୁ ୨୦୦୯ ଯାଏଁ ଓଡିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ପରେ ଦଳ ତାଙ୍କୁ ୨୦୦୯ ରେ ରାଜ୍ୟସଭା ପଠାଇଥିଲା । ୨୦୦୯ ରୁ ୨୦୧୨ ଯାଏଁ ସେ ରାଜ୍ୟସଭା ସଦସ୍ୟ ଭାବେ କାମ କରିଥିଲେ । ହେଲେ ୨୦୧୪ ବିଧାନସଭା ନିର୍ବାଚନ ହାରିବା ପରେ ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ତାଙ୍କୁ ଦଳ ଦାୟିତ୍ବ ଦେଇଥିଲା । ଗତ ୨୦୧୯ ନିର୍ବାଚନରେ ଝାରସୁଗୁଡା ଆସନ ଛାଡି ବ୍ରଜରାଜନଗରରୁ ନିର୍ବାଚନ ଲଢିଥିଲେ କିଶୋର । ଏହି ଆସନରୁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପରାସ୍ତ କରିଥିଲେ କିଶୋର । ପଶ୍ଚିମ ଓଡିଶା ରାଜନୀତିରେ କିଶୋରଙ୍କ ଥିଲା ଅଖଣ୍ଡ ପ୍ରଭାବ । ଝାରସୁଗୁଡା ଜିଲ୍ଲା ପାଇଁ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ ।

MLA Kishore Mohanty passes away: ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ମୃତ୍ୟୁବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା । କିଶୋର ମହାନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଝାରସୁଗୁଡାରୁ ୩ ଥର ବିଧାୟକ ହୋଇଛନ୍ତି କିଶୋର । ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କିଶୋର ମହାନ୍ତି । ୨୦୧୯ରୁ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭା ଆସିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସଂଧ୍ୟାରେ କିଶୋରଙ୍କ ମୃତ୍ୟୁ ହୋଇଛି ।

ସେପଟେ ବିଧାୟକଙ୍କ ଅକାଳ ବିୟୋଗରେ ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, "ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। "

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ମନୋରଞ୍ଜନ ଶଙ୍ଖୁଆ ଓ ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Dec 30, 2021, 9:05 PM IST

ABOUT THE AUTHOR

...view details