ଓଡିଶା

odisha

ETV Bharat / city

ଶଶୀ-ସରୋଜ କୋରୋନା ଆକ୍ରାନ୍ତ, ରାଜା-ଟୁକୁନିଙ୍କ ସହ କଥା ହେଲେ ନବୀନ - କୋରୋନା

ଶନିବାର ପାଟଣାଗଡ଼ ବିଧାୟକ ସରୋଜ ମେହେର କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଶିଶୁ କଲ୍ୟାଣ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

ଶଶୀ-ସରୋଜ କୋରୋନା ଆକ୍ରାନ୍ତ
ଶଶୀ-ସରୋଜ କୋରୋନା ଆକ୍ରାନ୍ତ

By

Published : Sep 12, 2020, 8:16 PM IST

Updated : Sep 12, 2020, 9:01 PM IST

ହାଇଦ୍ରାବାଦ: ରାଜ୍ୟରେ ଦିନକୁ ଦିନ କୋରୋନା କେସ ବୃଦ୍ଧି ଘଟିବାରେ ଲାଗିଛି। ନେତା ମନ୍ତ୍ରୀ ଠାରୁ ଅଭିନେତା ଆଉ ସାଧାରଣ ଜନତା ସଭିଏଁ ଆକ୍ରାନ୍ତ । ଏହାରି ଭିତରେ ରାଜ୍ୟର ଅନେକ ବିଧାୟକ ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହି କ୍ରମରେ ଶନିବାର ପାଟଣାଗଡ଼ ବିଧାୟକ ସରୋଜ ମେହେର କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେ ସଂକ୍ରମିତ ହେବାପରେ ନିଜେ ଏନେଇ ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ COVID-19 ପଜିଟିଭ୍ ହୋଇଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ଆକ୍ରାନ୍ତ ଦୁଇ ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଶିଶୁ କଲ୍ୟାଣ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ କଥା ହୋଇଛନ୍ତି ନବୀନ । ସ୍ହାସ୍ଥ୍ୟ କଥା ପଚାରି ବୁଝିବା ସହ ଶୀଘ୍ର ସୁସ୍ଥ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2020, 9:01 PM IST

ABOUT THE AUTHOR

...view details