ଭୁବନେଶ୍ବର: ସୋସିଆଲ ମିଡିଆରେ ଚାଲିଛି ଜଗନ୍ନାଥ ମନ୍ଦିର ବଞ୍ଚାଅ କ୍ୟାମ୍ପନ । ବିଜେପିର ଅଧିକାଂଶ ନେତା ସାମିଲ ହୋଇ ଟ୍ବିଟ କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପ-ସଭାପତି ଦେବୀ ମିଶ୍ର । ସମାଲୋଚନା ବଦଳରେ ବିଜେପି ନେତା ପରାମର୍ଶ ଦିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ଦେବୀ ।
ଦେବୀ କହିଛନ୍ତି ଯେ, ମନ୍ଦିରକୁ ବଞ୍ଚାଇବା ଓ ସଂଗୃହିତ କୀର୍ତିରାଜି ସୁରକ୍ଷିତ ରଖିବା ପାଇଁ ଏବଂ ବର୍ଣ୍ଣନିୟ ଓ ଅବର୍ଣ୍ଣନିୟ ଐତିହ୍ୟକୁ ପ୍ରତିପାଦିତ କରିବା ପାଇଁ ନବୀନ ସରକାର ଉଦ୍ୟମ କରୁଛନ୍ତି । ସଂରକ୍ଷଣ ସହ ସେଠାକୁ କିପରି ଅଧିକ ଶ୍ରଦ୍ଧାଳୁ ଆସି ପାରିବେ । ଠିକଣା ଢଙ୍ଗରେ ଯାଇ ପାରିବେ, ଫୁଟଫଲ୍ ଅଧିକ ହେବ ଏବଂ ରୋଜଗାର ବଢିବ ସେ ନେଇ ପ୍ରୟାସ କରାଯାଉଛି । ଏଥିରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ବିଜେପିର ନେତା ମାନେ କେଉଁ ଦୃଷ୍ଟି କୋଣରୁ ଟ୍ବିଟ୍ କରୁଥିବେ ଜଣାନାହିଁ ।