ଓଡିଶା

odisha

ETV Bharat / city

କଂଗ୍ରେସ ନେତାଙ୍କ ମଧ୍ୟରେ ନାହିଁ ତାଳମେଳ: ବିଜେଡି ବିଧାୟକ - ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର

କୋରୋନା ମହାମାରୀ ମଧ୍ୟରେ ପିପିଲି ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହି ନିର୍ବାଚନକୁ ବାତିଲ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ ସଭାପତି କହିଛନ୍ତି । ଏହାକୁ ନେଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

BJD mla Debiprasad Mishra reaction on pipili byelection issue
କଂଗ୍ରେସ ନେତାଙ୍କ ମଧ୍ୟରେ ନାହିଁ ତାଳମେଳ: ବିଜେଡି ବିଧାୟକ

By

Published : Apr 27, 2021, 5:19 PM IST

ଭୁବନେଶ୍ବର:କୋରୋନା ମହାମାରୀ ମଧ୍ୟରେ ପିପିଲି ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହି ନିର୍ବାଚନକୁ ବାତିଲ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ ସଭାପତି କହିଛନ୍ତି । ଏହାକୁ ନେଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଦଳ ଭିତରେ ଦ୍ବନ୍ଦ୍ୱ ରହିଛି ତାଙ୍କ ନେତାଙ୍କ ମଧ୍ୟରେ ତାଳମେଳ ରହୁନାହିଁ, ତେଣୁ ତାହା ସ୍ଥିର କରନ୍ତୁ ।

ଗୋଟିଏ ପଟେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନିର୍ବାଚନ ବାତିଲ ହେଉ ବୋଲି କହୁଥିବାବେଳେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସୁର ରାଉତରାୟ କହୁଛନ୍ତି ଯେ ଗାଇଡ଼ଲାଇନ ଅନୁସାରେ ନିର୍ବାଚନ ହେଉ । ଏନେଇ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ କଂଗ୍ରେସ ଦଳ ଭିତରେ ଦ୍ବନ୍ଦ୍ୱ ରହିଛି । ତେଣୁ କଂଗ୍ରେସ ଦଳ ଭିତରେ ସ୍ଥିର କରନ୍ତୁ ଯେ କଣ କହିବେ ।

କଂଗ୍ରେସ ନେତାଙ୍କ ମଧ୍ୟରେ ନାହିଁ ତାଳମେଳ: ବିଜେଡି ବିଧାୟକ

ସମଗ୍ର ଦେଶରେ କୋଭିଡର ଭୟାବହତା ଅଛି । ତେଣୁ ନିର୍ବାଚନ କମିଶନ ଯାହା ନିଷ୍ପତି ନେଉଛନ୍ତି ତାହା କାର୍ଯ୍ୟକାରୀ ହେଉଛି । ଏଥିରେ ବିଜେଡ଼ି କିମ୍ବା ରାଜ୍ୟ ସରକାରଙ୍କର କିଛି କହିବାର ନାହିଁ । ତେଣୁ ପ୍ରଥମେ କଂଗ୍ରେସ ମନ ସ୍ଥିର କରୁ ଯେ ସେମାନେ କଣ କହୁଛନ୍ତି । ଏହାସହ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଛନ୍ତି ଯେ, ଜୀବନ ହେଉଛି ମୂଲ୍ୟବାନ । ସେଥିପାଇଁ ସଭା, ସମିତି ହୋଇପାରିବ ନାହିଁ । ପ୍ରାର୍ଥୀ ଓ ସ୍ଥାନୀୟ ନେତାଙ୍କୁ ନେଇ 5 ଜଣ ଭିତରେ ପ୍ରଚାର କରି ପାରିବେ । ଏହାକୁ ଦଳ ମାନୁଛି । ପ୍ରଚାର କରୁଛି ।

ସୂଚନାଥାଉକି ଅପ୍ରେଲ 17 ରେ ହେବାକୁ ଥିବା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ କମିସନ ନିର୍ବାଚନକୁ ଘୁଞ୍ଚାଇ ମେ 16 ତାରିଖରେ କରିବା ପାଇଁ ସ୍ଥିର କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details