ଭୁବନେଶ୍ବର:ବିଜେପି ପରେ ଏବେ ବିଜେଡ଼ି ଆଣିଲା ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ଭେଡେନ ଓ ଅତାବିରା ଜିଲ୍ଳା ପରିଷଦର 3 ଟି ଜୋନରେ ବିଜେପି ଆଚରଣ ବିଧି ଉଲ୍ଲଘଂନ କରିଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଏ ନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ।
ଗତକାଲି(ବୁଧବାର) ନିର୍ବାଚନୀ ବୈଠକ କରିଥିଲେ ବିଜେପି ନେତା ସୁରେଶ ପୂଜାରୀ । ଯାହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିଲା । ଏହି ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଆଚରଣ ବିଧି ଓ କୋଭିଡ଼ ଗାଇଡ଼ ଲାଇନ ଉଲ୍ଲଂଘନ ସହ ଏହା ବିଜେପିର ବିଶୃଙ୍ଖଳିତ ଆଚରଣ ବୋଲି ବିଜେଡ଼ି କହିଛି ।