ଓଡିଶା

odisha

ସୋମବାର ବିଜେଡ଼ିର ସଭ୍ୟ ସଂଗ୍ରହ କମିଟି ବୈଠକ

ସଭ୍ୟ ସଂଗ୍ରହ କରିବ ବିଜେଡ଼ି । ସାଙ୍ଗଠନିକ ପକ୍ରିୟାକୁ ସୁଦୃଢ କରିବା ପାଇଁ ଆରମ୍ଭ କରିବ ଅଭିଯାନ । ସୋମବାର ବସିବ ସଭ୍ୟ ସଂଗ୍ରହ ପାଇଁ ଆରମ୍ଭ ହୋଇଥିବା 7 ଜଣିଆ କମିଟିର ବୈଠକ ।

By

Published : Aug 25, 2019, 9:07 PM IST

Published : Aug 25, 2019, 9:07 PM IST

ଫାଇଲ ଫଟୋ

ଭୁବନେଶ୍ବର: ବିଜେଡି ଆରମ୍ଭ କରିଛି ସାଂଗଠନିକ ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ । ତୃଣମୂଳ ସ୍ତରରେ ଦଳକୁ ଅଧିକ ସୁଦୃଢ କରିବାକୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏକ 7 ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୋମବାର ବସିବ ଏହି କମିଟିର ପ୍ରଥମ ବୈଠକ । ବୈଠକରେ ପ୍ରସ୍ତୁତ ହେବ ସାଂଗଠନିକ ରଣନୀତି । କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ଦଳ ପ୍ରସ୍ତୁତ କରିବ ଖସଡ଼ା। ଏହି କମିଟିରେ ରହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରମିଳା ମଲିକ, ସଞ୍ଜୟ ଦାସବର୍ମା, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details