ଓଡିଶା

odisha

ETV Bharat / city

ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ: ପୂରଣ ହୋଇନି ଟାର୍ଗେଟ୍, ବୃଦ୍ଧି ହେଲା ସମୟ

ନିର୍ଦ୍ଧାରିତ ସମୟ ଭିତରେ ପୂରଣ ହୋଇନାହିଁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଆହୁରି 21 ଦିନ ପାଇଁ ଦିଆଗଲା ସମୟ । ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 31, 2019, 4:59 PM IST

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ ହୋଇନାହିଁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଆହୁରି 21 ଦିନ ପାଇଁ ଦିଆଗଲା ସମୟ । ଲକ୍ଷ୍ୟ ଥିଲା 70 ଲକ୍ଷ ସଭ୍ୟ ସଂଗ୍ରହ, ମାତ୍ର ଏଯାବତ୍ ହାସଲ ହୋଇଛନ୍ତି 41 ଲକ୍ଷ । ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉକ୍ତ ବୈଠକ ପରେ ଦଳର ସୁପ୍ରିମୋ ଯୋଗ ଦେଇ ଦେଇଥିବା ସମୟକୁ ଆଉ 3 ସପ୍ତାହକୁ ବୃଦ୍ଧି କରିଛନ୍ତି । ସୂଚନାନୁସାରେ, ସଭ୍ୟ ସଂଗ୍ରହ ଅଭିଯାନରେ ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର ଜିଲ୍ଲା ସବୁଠୁ ଆଗରେ ଥିବାବେଳେ ଗତଥର ତୁଳନାରେ ପାଖାପାଖି ସଭ୍ୟ ସଂଗ୍ରହ ହୋଇସାରିଛି । ତେବେ ବର୍ଷା, ପୂଜା, ଉପନିର୍ବାଚନ ପାଇଁ ସଭ୍ୟ ସଂଗ୍ରହରେ ବିଳମ୍ବ ହୋଇଥିବା ବିଜେଡି ମୁଖପାତ୍ର ଦେବୀପ୍ରସାଦ ମିଶ୍ରଙ୍କ ସୂଚନା ଦେଇଛନ୍ତି । ସେହିପରି ପ୍ରତି ନିର୍ବାଚନ ମଣ୍ଡଳୀର 60 ହଜାର ସଭ୍ୟ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details