ଓଡିଶା

odisha

ETV Bharat / city

BJPର ଆଚରଣ ବିଧି ଉଲଂଘନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା BJD - ବିଜେଡିର ଅଭିଯୋଗ

ଗଞ୍ଜାମ ବିଜେପିର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା ବିଜେଡି । ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

BJPର ଆଚରଣ ବିଧି ଉଲଂଘନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା BJD
BJPର ଆଚରଣ ବିଧି ଉଲଂଘନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା BJD

By

Published : Feb 16, 2022, 11:05 PM IST

ଭୁବନେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ବିଜେପି ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ନେଇ ବିଜେଡି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ବିଜେଡି ଅଭିଯୋଗ ଅନୁସାରେ, ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗୋଲନ୍ଥରାରେ ଏକ ସରକାରୀ ହାଇସ୍କୁଲରେ ରାତି 7ଟା ପରେ ବଡ଼ ରାଲି ବାହାର କରି ପ୍ରଚାର କରିଛି ।

BJPର ଆଚରଣ ବିଧି ଉଲଂଘନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା BJD

ବିଜେଡି କହିଛି,ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ଏହି ପ୍ରଚାର କାର୍ଯ୍ୟ ହୋଇଛି । ତେଣୁ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଏବଂ ଦଳୀୟ ସମର୍ଥକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ଠାରେ ଫେରାଦ ହୋଇଛି ମୁଖପାତ୍ର ଲେନୀନ ମହାନ୍ତିଙ୍କ ନେତୃତ୍ବରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details