ଭୁବନେଶ୍ବର:ସବୁ କସରତ ପରେ ସେ ସମୟ ଆସିଛି । ରାଜ୍ୟରେ ପୌର ନିର୍ବାଚନ ପାଇଁ ମଦଦାନ ଜାରି ରହିଛି । ଜଣେ ସାଧାରଣ ନାଗରିକା ଭାବରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ଭୁବନେଶ୍ବର ୩୯ ଓ୍ବାର୍ଡ ନମ୍ବରେ ବୁଥ୍ ନମ୍ବର ୪୦୭ରେ ଭୋଟ ଦେଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ।
ମତଦାନ ଲାଗି ପରିବାର ଲୋକଙ୍କ ସହିତ ନୟାପଲ୍ଲୀ ଉତ୍କଳମଣି ସରକାରୀ ଉପ୍ରା ବିଦ୍ୟାଳୟ ଆସିଥିଲେ ସୁଲୋଚନା । ମତଦାନ ସାବ୍ୟସ୍ତ କରିବା ପରେ ପ୍ରତିକ୍ରିୟାରେ ସୁଲୋଚନା କହିଛନ୍ତି ଯେ, ଜଣେ ସାଧାରଣ ନାଗରିକ ଭାବରେ ଭୋଟ ଦେଇଛି । ଲୋକଙ୍କ ମଧ୍ୟରେ ଭୋଟ ପାଇଁ ଉତ୍ସାହ ଅଛି । ଲୋକ ଭୋଟ ଦେଉଛନ୍ତି । ସମସ୍ତେ ଆସି ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛନ୍ତୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି କହିଛନ୍ତି ସୁଲୋଚନା । ଉକ୍ତ ସ୍କୁଲରେ ଥିବା ମୋଟ 9ଟି ବୁଥରେ ମତଦାନ ବିଳମ୍ବ ହୋଇଛି । 7 ଟି ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ ଆରମ୍ଭ ହୋଇଛି ।