ଓଡିଶା

odisha

ETV Bharat / city

ସର୍ବଦଳୀୟ ବୈଠକ ଶେଷ, ଦୁଇଟି ଦାବି ରଖିଲା ବିଜେଡି - ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକରେ ଦୁଇଟି ଦାବି ରଖିଛି ବିଜେଡି । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକ ଶେଷ
ସର୍ବଦଳୀୟ ବୈଠକ ଶେଷ

By

Published : Dec 4, 2020, 1:27 PM IST

ଭୁବନେଶ୍ବର:କୋଭିଡ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ବିଜେଡି ଦୁଇଟି ଦାବି ରଖିଛି । ବିଜେଡି ପକ୍ଷରୁ ବୈଠକରେ ସାମିଲ ହୋଇଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦୁଇଟି ଦାବି ରଖିଛନ୍ତି ।

ଅଗ୍ରାଧିକାର ଭିତିରେ ଓଡିଶାକୁ ପ୍ରାଥମିକତା ଦେବାକୁ ସର୍ବଦଳୀୟ ବୈଠକରେ ବିଜେଡି ଦାବି କରିଛି । ସେହିପରି ଜାତୀୟସ୍ତରରେ ତୃଣ ମୂଳସ୍ତରରୁ ଡାଟା ବେସ ପ୍ରସ୍ତୁତ କରିବାକୁ ଦଳ ପ୍ରସ୍ତାବ ଦେଇଛି ।

ସର୍ବଦଳୀୟ ବୈଠକ ଶେଷ

ସେପଟେ ବୈଠକରେ ଖୁବଶୀଘ୍ର କୋଭିଡ୍‌ ଟୀକା ଆସିବା ନେଇ ସଙ୍କେତ ମିଳିଛି । ଜାତୀୟ ସ୍ତରରେ ଟୀକା କରଣ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ସେହି ପ୍ରକ୍ରିୟା ଅନୁଯାୟୀ ଟୀକା କରଣ କରିବାକୁ ପ୍ରାଧାନ୍ୟ ଦିଆଯିବ । ଯେଉଁଭଳି ଭାବେ ପ୍ରବାସୀ ରାଜ୍ୟକୁ ଫେରିଲେ ତାଙ୍କୁ ବିଜେଡି ଦଳ ଓ ସରକାରଙ୍କ ପକ୍ଷରୁ ସହଯୋଗ କରାଗଲା ଏବଂ କୋଭିଡ ମୁକାବିଲାରେ ବିଶେଷଜ୍ଞ ମାନଙ୍କୁ ଗୃରୁତ୍ବ ଦିଆଗଲା ସେଥିପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ବୋଲି ବୈଠକ ପରେ ସାଂସଦ କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ବିଭିନ୍ନ ଟୀକା ପ୍ରଦାନକାରୀ ସଂସ୍ଥା ପରିଦର୍ଶନ କରି ଯେଉଁ ଷ୍ଟାଟସ ପରିଲକ୍ଷିତ କରିଥିଲେ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ । କେନ୍ଦ୍ର ସରକାର ଯାହା ନିର୍ଦ୍ଦେଶ ଦେଇଛନ୍ତି ଟ୍ୟାକ୍ସ ଫୋର୍ସ ଗଠନ କରି ଟୀକା ବଣ୍ଟନକୁ ସୁଗମ କରିବା ପାଇଁ, ତାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛୁ ବୋଲି ଅବଗତ କଲୁ ବୋଲି ଚନ୍ଦ୍ରଶେଖର କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details