ଓଡିଶା

odisha

By

Published : Sep 27, 2019, 3:29 PM IST

ETV Bharat / city

ଜୁନାଗଡ ଗଣଦୁଷ୍କର୍ମରେ ବିଜେଡି ଲିଙ୍କକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଖଣ୍ଡନ

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବିଜେପି ପକ୍ଷରୁ କରାଯାଇଥିବା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ସେ କହିଛନ୍ତି । ଏହାଛଡା ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ସେ ମତ ରଖିଛନ୍ତି।

ଦିବ୍ୟଶଙ୍କର ଅଭିଯୋଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ଏହା ଏକ ସମ୍ବେଦନଶୀଳ ଘଟଣା । ପୋଲିସ ତାର ଦାୟିତ୍ବ ଶତ ପ୍ରତିଶତ ନିର୍ବାହ କରୁଛି । ସୂଚନା ଅନୁସାରେ ଗଣଦୁଷ୍କର୍ମ ପୀଡିତାଙ୍କ ବୟାନକୁ ଭିତ୍ତି କରି ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗ କରିଥିଲେ । ଏଥିସହ ପୀଡିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୋଲିସ କାହିଁକି ଛାଡିଲା ତାର ଖୁଲାସା କରାଯାଉ ବୋଲି ଲେଖାଶ୍ରୀ ଦାବି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଥିଲେ କି ଲଳିନ୍ଦ୍ର ଶବର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସ ଡ୍ରାଇଭର । ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡି ଦିଆଯାଇଛି । ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ ଭୂମିକା ରହିଛି । ଗଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କ’ଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ମଧ୍ୟ ଲେଖାଶ୍ରୀ ପ୍ରଶ୍ନ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details