ଓଡିଶା

odisha

ETV Bharat / city

ରାଷ୍ଟ୍ରପତି ନିର୍ବାଚନ, ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା BJD

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା । ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା ବିଜେଡ଼ି । ଅଧିକ ପଢନ୍ତୁ

By

Published : Jun 23, 2022, 8:39 PM IST

ରାଷ୍ଟ୍ରପତି ନିର୍ବାଚନ, ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା BJD
ରାଷ୍ଟ୍ରପତି ନିର୍ବାଚନ, ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା BJD

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନଡିଏ(NDA) ଘୋଷଣା କରିଛି । ଆଉ ଏହାକୁ ସମର୍ଥନ କରିଛନ୍ତି ଦ୍ରୌପଦୀଙ୍କ ଗୃହ ରାଜ୍ୟ ଓଡ଼ିଶା ସରକାର । ତେବେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବିଜେଡି ଶ୍ରେୟ ନେବା ଲାଗି ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ଅଭିଯୋଗ ହୋଇଛି । ଯାହାର ଜବାବ ଦେଇଛି ବିଜେଡି ।

ରାଷ୍ଟ୍ରପତି ନିର୍ବାଚନ, ଛିଦ୍ର ନଦେଖି ସମସ୍ତେ ଖୁସି ହେବା କଥା କହିଲା BJD

ବିଜେଡିର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, "ଗୋଟେ ଉଚିତ କଥାକୁ ସମର୍ଥନ କରିବାରେ ଦ୍ଵନ୍ଦ୍ବ କଣ ରହିଲା । ଶ୍ରେୟ କଥା କେଉଁଠୁ ଆସିଲା । ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ପ୍ରିୟତମ ନେତା । ବିଜେଡି ଶ୍ରେୟ ଲାଗି ସମର୍ଥନ କରୁଥିବା କଥା ଭାବିବା, ଏହା ହେଉଛି ବିରୋଧୀଙ୍କ ଭାବନା । ମାଟିର ଯୋଗ୍ୟ ଆଦିବାସୀ ମହିଳା ବୋଲି ବିଜେଡି ସମର୍ଥନ କରିଛି । ଏହା ଅଭିନନ୍ଦନୀୟ ପଦକ୍ଷେପ ।" ଦ୍ରୌପଦୀ ମୁର୍ମୁ ଏହି ମାଟି, ପାଣି ଓ ପବନରେ ବଢ଼ିଛନ୍ତି । ଏନଡିଏ ପ୍ରାର୍ଥୀ କଲା । ନବୀନ ପଟ୍ଟନାୟକ ସମର୍ଥନ କଲେ ବୋଲି ସେ କହିଛନ୍ତି ।

ଏଥିରେ ଖୁଣ୍ ବାହାର କରିବା ଲାଗି ଗସିପ୍ କରାଯାଉଛି ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ଯଦି ଶ୍ରେୟ କଥା ଆସେ ତେବେ ଏହା ଓଡିଶା ବାସୀଙ୍କୁ ଯାଉଛି । ଜଣେ ଓଡ଼ିଆ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ସେଥିପାଇଁ ସମସ୍ତେ ଖୁସି ବ୍ୟକ୍ତ କରିବା କଥା ବୋଲି ଦେବୀ କହିଛନ୍ତି । ସେପଟେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରେୟ ପାଇଛନ୍ତି । ଶ୍ରେୟ ତାଙ୍କ ପାଇଁ ନୂଆ ନୁହେଁ । ବ୍ୟକ୍ତିଗତରୁ ବିଶ୍ବସ୍ତରରେ ସବୁଠି ସେ ଶ୍ରେୟ ପାଇଛନ୍ତି । କୋଭିଡ଼ ମୁକାବିଲା, ବାତ୍ୟା ପରିଚାଳନା ପର୍ଯ୍ୟନ୍ତ ସବୁ ଶ୍ରେୟ ତାଙ୍କର ।

ବିଜେପି ରାଜନୈତିକ ପରିଭାଷା କହିବ, ସେଥିରେ ବକ୍ତବ୍ୟ ଦେବାର ଆବଶ୍ୟକତା ନାହିଁ । ବିଜେଡ଼ି ରାଜନୈତିକ ପରିଭାଷାରେ ବିଶ୍ବାସ କରେନି । କାମରେ ବିଶ୍ବାସ କରେ ବୋଲି ସେ କହିଛନ୍ତି । ଅନ୍ୟପଟେ ସମର୍ଥନ କରିଥିବାରୁ ବିଜେଡିକୁ ଧନ୍ୟବାଦ ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ବିଜେଡି ମାଟି ଓ ମା'କୁ ଦେଖିଛି । ଅନ୍ୟ ମାନଙ୍କୁ ଅପିଲ ମଧ୍ୟ କରୁଛନ୍ତି । ଭଲ କଥା ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details