ଭୁବନେଶ୍ବର:ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଛି ବିଜେପି । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସୂଚନା ଦେଇଥିବା ବିଜେପି କହିଛି । ଏପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।
ବିଜେପି ଅଭିଯୋଗର ଜବାବ ରଖି ପ୍ରମିଳା କହିଛନ୍ତି ଯେ, ଆବାସ ଯୋଜନାରେ ଦୁର୍ନୀତି ନେଇ କୌଣସି ଅଭିଯୋଗ ହୋଇନାହିଁ । ଏ ନେଇ କେନ୍ଦ୍ର ସରକାର କୌଣସି ସୂଚନା ଦେଇନାହାନ୍ତି । କେନ୍ଦ୍ରୀୟ ଦଳ ଓ ନେତା ଅନେକ ରାଜ୍ୟକୁ ଆସିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । କେବଳ ପ୍ରଶଂସା କରିଛନ୍ତି, ହେଲେ କୌଣସି ଅଭିଯୋଗ କରିନାହାନ୍ତି । ବାତ୍ୟା ଓ ବନ୍ୟା ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । କୋଭିଡ଼ ମ୍ୟାନେଜମେଣ୍ଟରେ ସରକାରଙ୍କୁ ପ୍ରଶଂସା କରାଯାଇଛି ।