ଓଡିଶା

odisha

ETV Bharat / city

ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ବିଜେପିର କଟାକ୍ଷ, ଜବାବ ରଖିଲେ ଦେବୀ ମିଶ୍ର - ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିଥିଲା ବିଜେପି । ତେବେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ଅଧିକ ପଢ଼ନ୍ତୁ...

bjd leader devi mishra replies to bjp comments over medical college plan
ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ବିଜେପିର କଟାକ୍ଷ, ଜବାବ ରଖିଲେ ଦେବୀ ମିଶ୍ର

By

Published : Dec 16, 2020, 9:18 PM IST

ଭୁବନେଶ୍ବର:ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିଥିଲା ବିଜେପି । ତେବେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର। କେନ୍ଦ୍ର ଓ ରାଜ୍ୟ ସଂଘୀୟ ବ୍ୟବସ୍ଥାରେ ଏସବୁ ହୁଏ । ରାଜ୍ୟରେ ବହୁ ଯୋଜନାରେ କେନ୍ଦ୍ରିୟ ଅନୁଦାନ ରହୁଛି ବୋଲି କହିଛନ୍ତି ଦେବୀ ମିଶ୍ର ।

ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ବିଜେପିର କଟାକ୍ଷ, ଜବାବ ରଖିଲେ ଦେବୀ ମିଶ୍ର

ବିଜେପିକୁ ଜବାବ ଦେଇ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, "କେନ୍ଦ୍ର ସରକାର ରାଜ୍ୟ ଠାରୁ ଟିକସ ନେଉଛନ୍ତି। କୌଣସି ଯୋଜନା ପାଇଁ କେହି ସରକାର ପକେଟରୁ ଅନୁଦାନ ଦେଉନାହାଁନ୍ତି । ଆମ ରାଜ୍ୟର ଟଙ୍କା ଆମକୁ ଦେଉଛନ୍ତି କେନ୍ଦ୍ର ସରକାର। ଏହା ଆମର ହକ। ଏହାଛଡ଼ା ଅନେକ ଯୋଜନାରେ ରାଜ୍ୟ ସରକାର ବି ଅଧିକ ଅନୁଦାନ ଖର୍ଚ୍ଚ କରୁଛି । ଖଣି, ରେଲୱେ ଓ କାମ୍ପା ଆଦି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଟିକସ ଦେଉଛନ୍ତି। କେନ୍ଦ୍ର ଯଦି ଓଡିଶାକୁ ଫୋକସ ଦେବାକୁ ଚାହୁଁଛନ୍ତି ତାହେଲେ ସ୍ପେଶାଲ ଷ୍ଟାଟସ କିମ୍ବା ଅଧିକ ଅର୍ଥ ଦେବା କଥା। "

ଆଜି(ବୁଧବାର) ରାଜ୍ୟରେ ହେଉଥିବା ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଯୋଗାଇ ଦେଉଛନ୍ତି। ତେବେ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ କରି କେନ୍ଦ୍ରର ଯୋଜନାକୁ ନିଜ ଯୋଜନା କହୁଥିବା ଅଭିଯୋଗ କରିଥିଲା ବିଜେପି। ଏହାକୁ ନେଇ ବିଜେଡି ନେତା ଦେବୀ ମିଶ୍ର ବିଜେପିକୁ ପାଲଟା ଜବାବ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details