ଓଡିଶା

odisha

ETV Bharat / city

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ - ବିଜେଡିରୁ ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ବିଜେଡିରୁ ନିଲମ୍ବିତ ହେଲେ କୋରାପୁଟର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଅଧିକ ପଢନ୍ତୁ...

bjd leader and mla candidate Raghuram machha suspended from bjd for anti party activities
ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ

By

Published : Aug 1, 2021, 9:32 PM IST

Updated : Aug 1, 2021, 10:07 PM IST

ଭୁବନେଶ୍ବର:ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା । ଶେଷରେ ଦଳରୁ ନିଲମ୍ବନ କଲେ ନବୀନ । ଦଳ ବିରୋଧୀ କାର୍ଯ୍ୟ କରି ନିଲମ୍ବିତ ହୋଇଛନ୍ତି କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଏ ନେଇ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଜେଡି ନେତା ରଘୁରାମ ମାଛ

୨୦୧୪ ମସିହାରେ କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କୁ ଟିକଟ ନ ଦେଇ ରଘୁରାମ ମାଛଙ୍କୁ ବିଜୁ ଜନତା ଦଳ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ସଗରିଆଙ୍କ ଠାରୁ ପରାଜିତ ହୋଇଥିଲେ। ଦଳର ଏକ କର୍ମୀ ଭାବରେ ରହି କାର୍ଯ୍ୟ କରୁଥିଲେ । ସେ ଲମତାପୁଟ ବ୍ଲକର ବିଜେଡିର ଦାୟିତ୍ବରେ ଥିଲେ ।

ଗତ କିଛିଦିନ ହେଲା ସେ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ । ଏ ନେଇ ଜିଲ୍ଲାର ନେତା ଓ ପର୍ଯ୍ୟବେକ୍ଷକ ମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟତା ଥିବା ପ୍ରମାଣିତ ହେବା ପରେ ଦଳରୁ ନିଲମ୍ବନ କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Aug 1, 2021, 10:07 PM IST

ABOUT THE AUTHOR

...view details