ଭୁବନେଶ୍ବର: ନୂତନ କୃଷି ଆଇନ ବିରୋଧରେ 47 ଦିଲା ହେଲା ସିଂଘୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଚାଷୀ ନିଜର ଦାବିରେ ଅଟଳ ରହିଥିବା ବେଳେ କେନ୍ଦ୍ର ସରକାର ଏମଏସପିକୁ ନେଇ ବୁଝାମଣା କରିବାକୁ ଇଚ୍ଛୁକ ନଥିବା ପ୍ରତୀତ ହେଉଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି।
ନୂତନ କୃଷି ଆଇନକୁ ନେଇ ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି ଯେ, "କୃଷି ଆନ୍ଦୋଳନ କୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ଟିପ୍ପଣୀ ରଖିଛନ୍ତି ଏବଂ ଗଭୀର ଚିନ୍ତା ପ୍ରକଟ କରିଛି। ଏହାକୁ ନେଇ କୋର୍ଟରେ ମାମଲା ରହିଛି। ତା ଉପରେ ଅଧିକ ମନ୍ତବ୍ୟ ଦେବା ଠିକ ହେବ ନାହିଁ। ଏହି ମାମଲାର ଶୀଘ୍ର ସମାଧାନ ହେଲେ ଦେଶବାସୀ ଖୁସି ହେବେ।"