ଓଡିଶା

odisha

ETV Bharat / city

ନବୀନଙ୍କ ସୁନ୍ଦରଗଡ ଗସ୍ତ, ବିରୋଧୀ କହିଲେ ସରକାରୀ କାର୍ଯ୍ୟକ୍ରମ ବିଜେଡିର ଦଳୀୟ କାର୍ଯ୍ୟକ୍ରମ

16 ତାରିଖରେ ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ବାରିଲେ ରାଜନୀତିର ଗନ୍ଧ । ଅଧିକ ପଢନ୍ତୁ....

ନବୀନଙ୍କ ସୁନ୍ଦରଗଡ ଗସ୍ତ, ବିରୋଧୀ କହିଲେ ସରକାରୀ କାର୍ଯ୍ୟକ୍ରମ ବିଜେଡିର ଦଳୀୟ କାର୍ଯ୍ୟକ୍ରମ
‘ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରୁଛି ବିଜେଡ଼ି’

By

Published : Feb 14, 2021, 5:23 PM IST

Updated : Feb 14, 2021, 7:42 PM IST

ଭୁବନେଶ୍ବର: କଳାହାଣ୍ଡି ପରେ ସୁନ୍ଦରଗଡ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 16 ତାରିଖରେ ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ପାନୀୟଜଳ, ଜଳସେଚନ ଓ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ । ଏଥି ସହ ସୁନ୍ଦରଗଡ ଜିଲ୍ଲାର ଜନମଙ୍ଗଲକାରୀ ଯୋଜନା ଲାଗି ଆର୍ଥିକ ପ୍ୟାକେଜ ଘୋଷଣା ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।

ନବୀନଙ୍କ ସୁନ୍ଦରଗଡ ଗସ୍ତ, ବିରୋଧୀ କହିଲେ ସରକାରୀ କାର୍ଯ୍ୟକ୍ରମ ବିଜେଡିର ଦଳୀୟ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ କାର୍ଯ୍ୟକ୍ରମରେ ରାଜନୈତିକ ଗନ୍ଧ ବାରିପାରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରିବାକୁ ବିଜେଡି ଯୋଜନା କରିଥିବା ଅଭିଯୋଗ କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି 70 ବିଧାୟକ ସେଠାରେ ଡେରା ପକାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଭୋଟ ହାତେଇବା ପାଇଁ ଟଙ୍କା ଉଡା ହେଉଛି । ପଶ୍ଚିମ ଓଡ଼ିଶାରେ ବିଜେଡି କିଛି ବିକାଶ ନାହିଁ । ଯାହା ବିକାଶ ହୋଇଛି ସେଇଟା କଂଗ୍ରେସ ସରକାର ଅମଳରେ ହୋଇଥିଲା ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଯାଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦ୍ଘାଟନ ଦିନ କେନାଲରେ ପାଣି ଆସିଲାନି । ଗତ କିଛି ମାସ ହେଲା ବିଜୁ ଜନତା ଦଳର ନେତା କର୍ମୀ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଛାତ୍ର ଓ ଯୁବ ସମାବେଶ କରୁଛନ୍ତି । ହେଲେ କେହି ବିଚ୍ଛିନ୍ନାଅଞ୍ଚଳ ଗଲେ ନାହିଁ । ଏମିତି କି ସରକାରୀ ଅଧିକାରୀଙ୍କର ବି ପାଦ ପଡୁନଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

ଭୃଗୁ କହିଛନ୍ତି ସରକାରୀ ଟଙ୍କାରେ ଦଳୀୟ କାର୍ଯ୍ୟକ୍ରମ କରିବା ସହ ଲୋକଙ୍କୁ 2 ମିନିଟିଆ ଭାଷଣ ଦେଖେଇବା ଓ ଶୁଣାଇବା ଲାଗି ଏହି କାର୍ଯ୍ୟକ୍ରମ ହେଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 14, 2021, 7:42 PM IST

ABOUT THE AUTHOR

...view details