ଭୁବନେଶ୍ବର:ପାଳିତ ହେଉଛି ବିଶ୍ବ ଜନଜାତି ଦିବସ । ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ଜନଜାତି ଦିବସ ପାଳନ କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବେଶ ଧୁମଧାମରେ ପାଳନ କରାଯାଉଛି । ଏନେଇ ବିଜୁ ଜନତା ଦଳ ତରଫରୁ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ମୁଖ୍ୟାଳୟର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଜନଜାତିଙ୍କ ସମସ୍ୟା ଓ ତାହାର ସମାଧାନ ବାବଦରେ ଆଲୋଚନା କରାଯାଇଛି । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୂଚନା ଦିଆଯାଇଛି ।