ଭୁବନେଶ୍ବର: ମାସ୍କ ଦୁର୍ନୀତିକୁ ନେଇ କଂଗ୍ରେସ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରିଆସୁଛି । ଏହାକୁ ଚପେଇବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି । ଏନେଇ ବିଜେଡି ପକ୍ଷରୁ କଂଗ୍ରେସ ଭବନକୁ ଉପରକୁ ଆକ୍ରମଣକୁ କରିଥିବା କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।
କଂଗ୍ରେସ ଭବନରେ ଆକ୍ରମଣ ପଛରେ ଶାସକ ବିଜେଡିର ହାତ ଥିବା ଅଭିଯୋଗ କରିଛି ଦଳ। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କହିଛନ୍ତି, ଗତକାଲି ଦଳର ନେତା ସୁଦର୍ଶନ ଦାସ ଓ ଅନ୍ୟମାନଙ୍କୁ ଆକ୍ରମଣ କରାଯାଇଛି।