ଭୁବନେଶ୍ବର:ପିପିଲି ଉପନିର୍ବାଚନ ନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ ବସିଛି ବିଜେଡିର ରୁଦ୍ଧଦ୍ବାର ବୈଠକ । ବୈଠକରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ କିଛି ବିଧାୟକ ଉପସ୍ଥିତ ଅଛନ୍ତି । କୋଭିଡ କଟକଣା ଭିତରେ କିପରି ଲୋକଙ୍କ ମନ ଜିଣି ହେବ, ସେ ନେଇ ଚାଲିଛି ଆଲୋଚନା ।
ପିପିଲି ଉପନିର୍ବାଚନ ପାଇଁ ମାସ୍କ, ସାନିଟାଇଜର ବ୍ୟବହାର କରି ସମାଜିକ ଦୂରତା ରକ୍ଷା କରି ଭୋଟରଙ୍କୁ ସଚେତନ କରାଯିବ । ନିର୍ବାଚନ ପ୍ରଚାରରେ ରାଲି, ଶୋଭାଯାତ୍ରା କରାଯିବନି । ଏହାକୁ ନେଇ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରି ସାରିଛନ୍ତି । ସଭାପତିଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛି ବିଜେଡି ।