ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର ହୋଇଛି । ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ବିଶେଷ କରି ବିଜେଡିରୁ ପ୍ରାର୍ଥୀ କିମ୍ବା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ବିଭିନ୍ନ ସ୍ଥାନରେ ବିଜେଡି ଲାଗି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦଳରେ ଗୋଷ୍ଠୀ କନ୍ଦଳ ସୀମା ଟପିଥିବା ଖବର ସାମ୍ନାକୁ ଆସୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର ।
ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଲୋକଙ୍କ ଆଶା ରହିବ । ଆଶାୟୀ ବି ରହିବେ । କିନ୍ତୁ ଦଳରେ କନ୍ଦଳ ନାହିଁ । ଦଳରେ ଗୋଷ୍ଠୀ ନାହିଁ । ଗୋଷ୍ଠୀ କନ୍ଦଳ କାହିଁକି ହେବ? ନିଜସ୍ଵ ଆଶା ସମସ୍ତଙ୍କର ରହିଛି, ରହିବ । ସେମାନଙ୍କୁ ବୁଝାସୁଝା କରାଯାଉଛି । ଯେମିତି ଭୋଟ ଡିଭାଇଡ ନହେବ।