ଓଡିଶା

odisha

ETV Bharat / city

2 ଉପନିର୍ବାଚନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି - candidates for by-election

BJD has announced its candidates for by-election
BJD has announced its candidates for by-election

By

Published : Oct 12, 2020, 1:41 PM IST

Updated : Oct 12, 2020, 4:29 PM IST

13:35 October 12

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିିଛି । ବାଲେଶ୍ବର ସଦର ପାଇଁ ସ୍ୱରୂପ କୁମାର ଦାସ ଟିକେଟ ପାଇଥିବା ବେଳେ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ଦଳ ଟିକେଟ ଦେଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର\ ବାଲେଶ୍ବର\ଜଗତସିଂହପୁର: ଉପନିର୍ବାଚନ ପାଇଁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ । ବାଲେଶ୍ବର ସଦର ପାଇଁ ସ୍ୱରୂପ କୁମାର ଦାସଙ୍କୁ ଦଳ ଟିକେଟ ଦେଇଥିବା ବେଳେ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସ ଲଢେଇ କରିବେ । ଏନେଇ ଦଳ ତରଫରୁ ସୋମବାର ଘୋଷଣା କରାଯାଇଛି ।

ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାମ ବାଲେଶ୍ବର ବିଧାୟକ ପ୍ରାର୍ଥୀ ପାଇଁ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସବୁ ପ୍ରତୀକ୍ଷା ଓ ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ସ୍ୱରୂପ କୁମାର ଦାସଙ୍କ ନାମ ଦଳ ଘୋଷଣା କରିଛି । ସ୍ୱରୂପ ପୂର୍ବରୁ ଜଣେ ଯୁବ ସଂଗଠକ ଓ ସମାଜସେବୀ ଭାବରେ କାର୍ଯ୍ୟ କରୁଥିଲେ । ସମାଜସେବୀ ଦିଗରେ ତାଙ୍କର ବେଶ ନାଁ ରହିଛି । ତେବେ ଗୋଟେ ପଟେ ବିଜେପିର ମାନସ ଓ ବିଜେଡିର ସ୍ୱରୂପଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିବା ଜଣାପଡିଛି ।

ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦିବଂଗତ ନେତା ବିଷ୍ନୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ ମିଳିଛି । ଯାହାକୁ ନେଇ ବିଷ୍ନୁ ଦାସଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ରବିବାର ବିଜେପି ତାର ପ୍ରାର୍ଥିୀ ରାଜକିଶୋର ବେହେରା ଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ବିଜୟ ଶଙ୍କରଙ୍କୁ ଲଢିବାକୁ ମଇଦାନକୁ ପଠାଇଛି। ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

ଦୀର୍ଘଦିନ ଧରି ବିଜେଡି ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ ଲାଗିଥିବା ଛକା ପଞ୍ଝାରେ ଆଜି ଯବନିକା ପଡିଛି । ବିଜେଡିରୁ ଏକାଧିକ ଆସାୟୀ ରହିଥିବା ବେଳେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସ୍ବାମୀ ଆସୁତୋଷଙ୍କ ଜୋରଦାର ଲବି କରୁଥିବା ଚର୍ଚ୍ଚା ହେଉଥିଲା, କିନ୍ତୁ ଆଜି ତାର ଯବନିକା ପଡିଛି । ଟିକେଟ ପାଇଥିବା ବିଜୟ ଶଙ୍କର ଭୁବନେଶ୍ବରରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।   

ପ୍ରକାଶ ଥାଉ କି, ରବିବାର ବିଜେପି ଉଭୟ ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ବର ସଦର ପାଇଁ ପୂର୍ବତନ ବିଧାୟକ ଦିବଂଗତ ମଦନ ମୋହନଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ ଦେଇଥିବା ବେଳେ ତିର୍ତ୍ତୋଲ ଆସନ ପାଇଁ ରାଜକିଶୋର ବେହେରାଙ୍କ ନାଁ ଘୋଷଣା କରିଥିଲା । ଆଜି ରାଜକିଶୋର ବେହେରା ନିଜର ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଓ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 12, 2020, 4:29 PM IST

ABOUT THE AUTHOR

...view details