ଓଡିଶା

odisha

ETV Bharat / city

ଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ - କଂଗ୍ରେସ ପ୍ରେସମିଟ୍

ଜଳସେଚନ ନେଇ ରାଜ୍ୟ ସରକାର ଯାହା କହିଛନ୍ତି, ତାହା ମିଛ ଓ ବାହାସ୍ଫୋଟ ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଅଧିକ ପଢନ୍ତୁ...

ଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ
ଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ

By

Published : Jan 17, 2021, 1:52 PM IST

ଭୁବନେଶ୍ବର: ରାଜ୍ୟରେ ଜଳସେଚନ ନେଇ ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ କଲା କଂଗ୍ରେସ। ଏହାସହ ସରକାରଙ୍କୁ ଚ୍ୟାଲେଞ୍ଜ କରିଛି କଂଗ୍ରେସ। ଜଳସେଚନ ନେଇ ରାଜ୍ୟ ସରକାର ଯାହା କହିଛନ୍ତି, ତାହା ମିଛ ଓ ବାହାସ୍ଫୋଟ ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ

ଏଥିପାଇଁ କଂଗ୍ରେସ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଆହ୍ବାନ ଦେଉଛି ଯେ, ଯଦି ଆମ ତଥ୍ୟ ଭୁଲ ତେବେ ଏହାକୁ ପ୍ରମାଣିତ କରନ୍ତୁ ସରକାର। ସାରା ଓଡିଶାରେ ବିଜେଡି ଶାସନରେ ଜଳସେଚନ କମିଛି। ଏହାସହ ରାଜ୍ୟରେ ମୋଟ ଜଳଧାରଣ କ୍ଷମତା କମିଛି ବୋଲି ପିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ରାଜ୍ୟର ବଡ ବଡ ଜଳଭଣ୍ଡାରର ଜଳ ଧାରଣ କ୍ଷମତା କମିଛି, କାରଣ ଡ୍ୟାମ୍ ଗୁଡିକ ପଙ୍କରେ ପୋତି ହେଇ ଗଲାଣି। ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ପୂର୍ବରୁ ଯାହା ଥିଲା, ଏବେ ସେଥିରୁ ଅନେକ ଅଚଳ।

ଆଉ କେତେ ଦିନ ଶାସନ କଲେ ଅଧା ପନ୍ତରିଆ ହୋଇ ପଡ଼ି ରହିଥିବା ରେଙ୍ଗାଲି ପ୍ରକଳ୍ପର ବାମ ଓ ଡାହାଣ ପାର୍ଶ୍ବ କେନାଲ, କେନ୍ଦୁଝରର କାନପୁର ପ୍ରକଳ୍ପ, ନୟାଗଡ଼ର ବୃତ୍ତଙ୍ଗ ପ୍ରଭୃତି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପୂର୍ବରୁ ସରକାର କହିଥିଲେ ୨୦୦୫ରେ ଯେ, ରାଜ୍ୟର ୩୧୪ ବ୍ଲକରେ ୩୫% ଜଳସେଚନ ପାଞ୍ଚ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ। କିନ୍ତୁ, ଆଜି ମଧ୍ଯ ରାଜ୍ୟର ଅଧିକାଂଶ ବ୍ଲକରେ ୨୭% ରୁ ୨୮% ଜମିରେ ଜଳସେଚନ ହୋଇ ନାହିଁ। ଏହି ବୈଠକରେ ପଞ୍ଚାନନ କାନୁନଗୋ, ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥୀ, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details