ଭୁବନେଶ୍ବର: ସସ୍ମିତଙ୍କ ମନ୍ତବ୍ୟ ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି । ବିକାଶକୁ ରୋକିବା ପାଇଁ ବିଜେଡି ଷଡ଼ଯନ୍ତ୍ର କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି । ଶୁକ୍ରବାର ପାର୍ଲିଆମେଣ୍ଟରେ ସ୍ବାମୀନାଥନ କମିଟି ରିପୋର୍ଟକୁ ନେଇ ବିଭ୍ରାନ୍ତି କର ତଥ୍ୟ ରଖିଛନ୍ତି ସସ୍ମିତ। ଏହାସହ କଷ୍ଟ ଅଫ ପ୍ରଡ଼କ୍ସନକୁ ନେଇ ସସ୍ମିତ ପାତ୍ର ଦ୍ବନ୍ଦ ଉଠାଇଥିଲେ । ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଓ ସିଏସିପିର ରିପୋର୍ଟକୁ ଭଲ ଭାବେ ପଢନ୍ତୁ ବୋଲି ବିଜେପି କହିଛି।
ମନ୍ତବ୍ୟ ଦେଇ ଅନେକ କିଛି ବିଭ୍ରାନ୍ତି କରୁଛନ୍ତି ସସ୍ମିତ। ପୁଣି ଥରେ ସେ ପ୍ରମାଣିତ କରିଛନ୍ତି ବିଜେଡି ମିଥ୍ୟା ତଥ୍ୟର ସୌଦାଗର । ରାଜ୍ୟ ସରକାରଙ୍କ ପ୍ରତିନିଧି ଖୋଲା ବିତର୍କ ପାଇଁ ଆଗକୁ ଆସନ୍ତୁ । ବିତର୍କ ପାଇଁ ବିଜେପି ପ୍ରସ୍ତୁତ ଅଛି।