ଓଡିଶା

odisha

ETV Bharat / city

ବିଧାନ ପରିଷଦ ପାଇଁ ସରକାରଙ୍କ କସରତ, ଟାର୍ଗେଟ କଲେ ବିରୋଧୀ - ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ

ପାର୍ଲାମେଣ୍ଟ ଅଧିବେଶନରେ ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ ଆଣିବାକୁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଛି । ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଏପଟେ ଏହାକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ବିଧାନ ପରିଷଦ ପାଇଁ ଅଣ୍ଟା ଭିଡିଲେଣି ସରକାର, ପୁଣି ହେବ ଥଇଥାନ୍

By

Published : Oct 18, 2019, 4:18 AM IST

ଭୁବନେଶ୍ବର: ବିଧାନ ପରିଷଦ ଗଠନ ନେଇ ଅଣ୍ଟା ଭିଡିଲେଣି ସରକାର। ଯେତେ ଶୀଘ୍ର ହେବ ଦଳକୁ ସେତେ ଫାଇଦା ହେବ । ଏହି କ୍ରମରେ ଆସନ୍ତା ପାର୍ଲାମେଣ୍ଟ ଅଧିବେଶନରେ ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ ଆଣିବାକୁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଛି । ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

ବିଧାନ ପରିଷଦ ପାଇଁ ଅଣ୍ଟା ଭିଡିଲେଣି ସରକାର, ପୁଣି ହେବ ଥଇଥାନ୍

ବିଧାନସଭାରେ ଏହାକୁ ମଞ୍ଜୁରୀ ମିଳି ସାରିଥିବା ବେଳେ ସଂସଦର ଉଭୟ ଗୃହରେ ଅନୁମୋଦନ ଆବଶ୍ୟକ। ଏହାପରେ ରାଷ୍ଟ୍ରପତିଙ୍କ ମୋହର ବାଜିବ। ତାପରେ ଯାଇ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ପ୍ରକ୍ରିୟା ଯଦିଓ ଲମ୍ବା ତେବେ ବିଜେଡି ଚାହୁଁଛି ଯେତେ ଜଲଦି ଏହା ହେବ ସେତେ ଭଲ।

ସେପଟେ ଏନେଇ ବିରୋଧୀ କହିଛନ୍ତି, ଏହା କେବଳ ପ୍ରହସନ । ସେପରି କୌଣସି ଫାଇଦା ହେବ ନାହିଁ। ଏହାଦ୍ବାରା କେବଳ ବିଜେଡି କିଛି ନେତାଙ୍କୁ ଥଇଥାନ କରି ନିଜ ସ୍ବାର୍ଥ ହାସଲ କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details