ଓଡିଶା

odisha

ETV Bharat / city

ସେପ୍ଟେମ୍ବର 1ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ସଂଗଠନକୁ ମଜବୁତ କରିବା ପାଇଁ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ । ସେପ୍ଟେମ୍ବର 1ରେ ଇଡ଼କଲ ଅଡିଟୋରିଉମରେ ଦଳର କାର୍ଯ୍ୟକାରିଣୀ ବୈଠକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 28, 2019, 11:47 PM IST

ଭୁବନେଶ୍ବର: ସେପ୍ଟେମ୍ବର 1ରେ ବିଜେଡି ଆରମ୍ଭ କରିବ କାର୍ଯ୍ୟକାରିଣୀ ବୈଠକ । ଇଡ଼କଲ ଅଡିଟୋରିୟମରେ ଅନୁଷ୍ଠିତ ହେବ ଦଳର କାର୍ଯ୍ୟକାରିଣୀ ବୈଠକ । ଦଳର ସାଙ୍ଗଠନିକ ସ୍ଥିତି ନେଇ ବୈଠକରେ ହେବ ଆଲୋଚନା ।

ସଭ୍ୟ ସଂଗ୍ରହ ଅଭିଯାନ ସାଙ୍ଗକୁ ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତିକୁ କିପରି ମଜବୁତ କରାଯିବ ସେ ନେଇ ହେବ ଏହି ବୈଠକ । ଏହି ସୂଚନା ଦେଇଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଏଥିରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ସମସ୍ତ ପର୍ଯ୍ୟବେକ୍ଷକ ଯୋଗ ଦେବେ ।

ସେହିପରି ସେପ୍ଟେମ୍ବର 2ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ଦଳ ଜାରି ରଖିବ ସଭ୍ୟ ସଂଗ୍ରହ ଅଭିଯାନ । ରାଜ୍ୟ ସ୍ତରରେ ଆରମ୍ଭ ହୋଇ ବୁଥ ସ୍ତରରେ ସଭ୍ୟ ସଂଗ୍ରହ କରିବ ଦଳ । ଗତ ଥର 47 ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲା । ଏଥର ତାର 50 ପ୍ରତିଶତ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ବିଜେଡ଼ି । ଅକ୍ଟୋବର 31 ଯାଏ ଚାଲିବ ଏହି ଅଭିଯାନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details