ଓଡିଶା

odisha

ETV Bharat / city

PM Awas Yojana: ରାଜ୍ୟସଭାରେ ଦାବି ଦୋହରାଇଲା BJD - ରାଜ୍ୟସଭାରେ ଦାବି ଦୋହରାଇଲା ବିଜେଡ଼ି

ଓଡ଼ିଶାରେ ତୁରନ୍ତ ପିଏମ ଆବାସ ଯୋଜନାର ପୋର୍ଟାଲ ଖୋଲିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡ଼ି ସାଂସଦ । ଅଧିକ ପଢନ୍ତୁ

PM Awas Yojana: ରାଜ୍ୟସଭାରେ ଦାବି ଦୋହରାଇଲା BJD
PM Awas Yojana: ରାଜ୍ୟସଭାରେ ଦାବି ଦୋହରାଇଲା BJD

By

Published : Feb 3, 2022, 1:19 PM IST

Updated : Feb 3, 2022, 4:25 PM IST

ଭୁବନେଶ୍ବର: ଆଜି(ଗୁରୁବାର) ରାଜ୍ୟସଭାରେ ଶୂନ୍ୟ କାଳ ସମୟରେ ବିଜୁ ଜନତା ଦଳର ସାଂସଦମାନେ ପୁଣି ନିଜର ଦାବି ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ପ୍ଲସ ପୋର୍ଟାଲ ଓଡ଼ିଶାରେ ଖୋଲିବାକୁ ନେଇ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡ଼ି ସାସଂଦ । ଗତ ଜାନୁଆରୀ ୧୩ ତାରିଖରେ କର୍ଣ୍ଣାଟକରେ ଏହି ପୋର୍ଟାଲ ଖୋଲାଯାଇଥିବା ବେଳେ ଓଡ଼ିଶାରେ କାହିଁକି ଖୋଲାଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ଓଡ଼ିଶାର ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ଏଫସିଆଇ ପାର ବଏଲ୍ଡ ଚାଉଳ କ୍ରୟ ପ୍ରସଙ୍ଗ ମଧ୍ୟ ଉଠାଯାଇଛି ।

PM Awas Yojana: ରାଜ୍ୟସଭାରେ ଦାବି ଦୋହରାଇଲା BJD

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ପ୍ଲସ ପୋର୍ଟାଲ ଖୋଲାଗଲେ ଏଥିରେ ୬ ଲକ୍ଷ ଘରକୁ ଯୋଡ଼ା ଯାଇପାରିବ । ଫଳରେ ଡିଶାର ପଶ୍ଚିମ, ଦକ୍ଷିଣ ଏବଂ କେବିକେ ଜିଲ୍ଲାର ଆଦିବାସୀମାନେ ଉପକୃତ ହେବେ । ଏଥିଲାଗି ଗତ ୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ମାତ୍ର କେନ୍ଦ୍ର ସରକାର ଏହି ପୋର୍ଟାଲ ଖୋଲିନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ଗତ ଜାନୁଆରୀ ୧୩ ତାରିଖରେ କର୍ଣ୍ଣାଟକରେ ଏହି ପୋର୍ଟାଲ ଖୋଲିଛନ୍ତି କେନ୍ଦ୍ର ସରକାର ।

ମାତ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରମ୍ବାର ଅନୁରୋଧ କ୍ରମେ ଓଡ଼ିଶାରେ ଏହି ପୋର୍ଟାଲ ଖୋଲାଯାଇନାହିଁ । ତେବେ ତୁରନ୍ତ ଓଡ଼ିଶାରେ ପୋର୍ଟାଲ ଖୋଲାଯାଇ ୬ ଲକ୍ଷ ଘର ଯୋଡା ଯାଉ ବୋଲି ସାସଂଦ ଡକ୍ଟର ସସ୍ମିତ ପାତ୍ର ଦାବି କରିଛନ୍ତି । କେବଳ ସସ୍ମିତ ନୁହେଁ ବିଜେଡ଼ିର ଅନ୍ୟ ସାସଂଦ ଡକ୍ଟର ଅମର ପଟ୍ଟନାୟକ ଓ ସୁଜିତ କୁମାର ମଧ୍ୟ ଏହି ସମ୍ପର୍କରେ ରାଜ୍ୟସଭାରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 3, 2022, 4:25 PM IST

ABOUT THE AUTHOR

...view details