ଓଡିଶା

odisha

ETV Bharat / city

କୃଷି ବିଲ୍‌କୁ ବିଜେଡିର ବିରୋଧ, ସିଲେକ୍ଟ କମିଟିକୁ ପଠାଇବାକୁ ଦାବି - କୃଷି ବିଲ 2020 ଉପରେ ବିଜେଡି

ରାଜ୍ୟସଭାରେ 3ଟି କୃଷି ବିଧେୟକ ଆଗତ ହୋଇଛି । ବିଲକୁ ନେଇ ଗୃହରେ ଆଲୋଚନା ଜାରି ରହିଛି । ଏଥିରେ ବିଜେଡି ସାଂସଦ ଭାଗ ନେଇ ବିଲକୁ ବିରୋଧ କରିଛି । ଅଧିକ ପଢନ୍ତୁ...

କୃଷି ବିଲ 2020 : ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡିର ଦାବି
କୃଷି ବିଲ 2020 : ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡିର ଦାବି

By

Published : Sep 20, 2020, 12:28 PM IST

Updated : Sep 20, 2020, 2:53 PM IST

ନୂଆଦିଲ୍ଲୀ:ରାଜ୍ୟସଭାରେ କୃଷି ବିଲ 2020 ଆଗତ ହୋଇଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହର ବିଲ ଆଗତ କରିଛନ୍ତି । ବିଲକୁ ନେଇ ଗୃହରେ ଆଲୋଚନା ଜାରି ରହିଛି । କଂଗ୍ରେସ ଏହି କୃଷି ବିଧେୟକ ବିରୋଧ କରିଛି । ବିଜେଡି ବିଲକୁ ବିରୋଧ କରିବା ସହ 2ଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି ।

ରାଜ୍ୟସଭାର ଏହି ଆଲୋଚନାରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଭାଗ ନେଇ ଦଳ ପକ୍ଷରୁ ଏହି ଦାବି ରଖିଥିଲେ । ଏଥିରେ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହା ଉପରେ ପୁନର୍ବାର ବିଚାର ପାଇଁ ବିଜେଡି ଦାବି କରିଛି।

ସୂଚନାଯୋଗ୍ୟ, ଆଜି ସଂସଦର ମୌସୁମୀ ଅଧିବେଶନ ସପ୍ତମ ଦିନରେ ପହଞ୍ଚିଛି । କୃଷି ବିଲ 2020 ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହି ବିଲକୁ ଉପସ୍ଥାପନା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଏହି ବିଲ ଦ୍ବାରା କୃଷକ ନିଜର ଉତ୍ପାଦକକୁ ଦେଶର ଯେକୌଣସି ସ୍ଥାନରେ ମୁକ୍ତ ଭାବରେ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ

Last Updated : Sep 20, 2020, 2:53 PM IST

ABOUT THE AUTHOR

...view details