ଓଡିଶା

odisha

ETV Bharat / city

ରାଜ୍ୟ ପୁଣି ଉଠାଇଲା ଦୈନିକ ୩ ଲକ୍ଷ ଟିକା ଦାବି

ରାଜ୍ୟସଭାରେ ଟିକାକରଣ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ରାଜ୍ୟକୁ ଦୈନିକ ୩ ଲକ୍ଷ ଟିକା ଏବଂ ସରକାରୀ ଓ ଘରୋଇ ଟୀକା ପ୍ରଦାନ ଅନୁପାତକୁ ପରିବର୍ତ୍ତନ କରିବାକୁ ଦାବି କରିଛି ବିଜେଡି । ଅଧିକ ପଢନ୍ତୁ...

By

Published : Aug 3, 2021, 10:59 PM IST

BJD demand more vaccine in Rajyasabha
ରାଜ୍ୟ ପୁଣି ଉଠାଇଲା ଦୈନିକ ୩ ଲକ୍ଷ ଟିକା ଦାବି

ଭୁବନେଶ୍ବର:ଓଡିଶା ପକ୍ଷରୁ ଆଜି ପୁଣି ଉଠିଛି ଟିକାକରଣ ପ୍ରସଙ୍ଗ । ରାଜ୍ୟସଭାରେ ଟିକାକରଣ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ରାଜ୍ୟକୁ ଦୈନିକ ୩ ଲକ୍ଷ ଟିକା ଏବଂ ସରକାରୀ ଓ ଘରୋଇ ଟୀକା ପ୍ରଦାନ ଅନୁପାତକୁ ପରିବର୍ତ୍ତନ କରିବାକୁ ଦାବି କରିଛି ବିଜେଡି ।

ରାଜ୍ୟ ପୁଣି ଉଠାଇଲା ଦୈନିକ ୩ ଲକ୍ଷ ଟିକା ଦାବି

ମୁଖ୍ୟମନ୍ତ୍ରୀଙ୍କ ୨ଟି ପରାମର୍ଶକୁ ଗୃହରେ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶାରେ ଦୈନିକ ୩ ଲକ୍ଷ ଟିକାକରଣ ବ୍ୟବସ୍ଥା ହୋଇଛି । ହେଲେ ଏହି ପରିମାଣର ଟୀକା ରାଜ୍ୟକୁ ମିଳିପାରିନାହିଁ । ତେଣୁ କେନ୍ଦ୍ର ଅଧିକ ଟିକା ଦେଉ ବୋଲି ଅମର ଦାବି କରିଛନ୍ତି । 3ୟ ଲହର ଆଶଙ୍କାଥିବାରୁ ଅଧିକ ଟୀକା ମିଳିଲେ ରାଜ୍ୟ 12 ରୁ 18 ବର୍ଷ ପିଲାଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରିବ ।ଏହା ସହ ରାଜ୍ୟକୁ ପ୍ରଦାନ କରାଯାଉଥିବା ଟୀକା ଅନୁପାତ ପରିବର୍ତ୍ତନ ଦାବି କରିଛନ୍ତି ଅମର । ସରକାରୀ ଓ ଘରୋଇ ଟୀକା ପ୍ରଦାନ ଅନୁପାତ 75:25 କୁ ପରିବର୍ତ୍ତନ କରିବାକୁ ଦାବି କରିଛି ବିଜେଡି । 75:25 ପରିବର୍ତ୍ତେ 95:5 ଅନୁପାତରେ ରାଜ୍ୟକୁ ଟୀକା ଦିଆଯାଉ ବୋଲି ଅମର ଦାବି କରିଛନ୍ତି ।

ରାଜ୍ୟ ପୁଣି ଉଠାଇଲା ଦୈନିକ ୩ ଲକ୍ଷ ଟିକା ଦାବି

ରାଜ୍ୟରେ ଘରୋଇ ହସ୍ପିଟାଲ କମ ରହିଛି । ତେଣୁ ଘରୋଇ ହସ୍ପିଟାଲକୁ 25 ପ୍ରତିଶତରୁ କମାଇ 5 ପ୍ରତିଶତ କରାଯାଉ ବୋଲି ରାଜ୍ୟ ପକ୍ଷରୁ ଦାବି କରାଯାଇଛି । ଦେଶରେ ପ୍ରଥମ ସହର ଭାବେ ଭୁବନେଶ୍ବରରେ ୧୦୦% ଟିକାକରଣ ନେଇ ଗୃହକୁ ଅବଗତ କରାଇଛନ୍ତି ଅମର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ଅମର ।

ଭୁବନେଶ୍ବରୁର ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details