ଭୁବନେଶ୍ବର:ମାନବ ଚାଲାଣ ନିରୋଧ ବିଲକୁ ତୁରନ୍ତ ପାସ୍ କରିବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟସଭାର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଥି ସହ ପୁଣି ଥରେ ସାଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି 33 ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇଛି ବିଜେଡି ।
ଆଜି ରାଜ୍ୟସଭାରେ ନେତୃତ୍ବ ଦେବାରେ ମହିଳାଙ୍କ ଭୂମିକାକୁ ପ୍ରାଧାନ୍ୟ ଦେବା ନେଇ ପ୍ରସ୍ତାବ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଉ । ନେତୃତ୍ବ ନେବା ପାଇଁ ମହିଳାଙ୍କୁ ସୁଯୋଗ ଦିଆଯାଉ ବୋଲି ସସ୍ମିତ ପାତ୍ର ଦାବି କରିଛନ୍ତି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କୁ 33% ସଂରକ୍ଷଣ ଦାବି ରଖିଛନ୍ତି ସସ୍ମିତ । ଉଭୟ ସାଂସଦ ଓ ରାଜ୍ୟ ବିଧାନସଭାରେ ସଂରକ୍ଷଣ ଦାବି କରିଛନ୍ତି ସସ୍ମିତ । ସଂରକ୍ଷଣ ମିଳିଲେ ରାଜନୀତିରେ ମହିଳାଙ୍କ ନେତୃତ୍ବ ବୃଦ୍ଧି ପାଇବ ବୋଲି ସସ୍ମିତ କହିଛନ୍ତି । ଏହାଦ୍ବାରା ଲିଙ୍ଗଗତ ବୈଷମ୍ୟ ଦୂର ହେବ ବୋଲି ସସ୍ମିତ କହିଛନ୍ତି ।