ଓଡିଶା

odisha

By

Published : Feb 17, 2022, 9:09 PM IST

ETV Bharat / city

ଆରୋପ ପ୍ରତ୍ୟାରୋପ ଜାରି, ବିଜେପି ବିରୋଧରେ ପୁଣି SECଙ୍କୁ ଭେଟିଲା ବିଜେଡି

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ 77 ପ୍ରତିଶତ ମତଦାନ ହୋଇଛି । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅଛି । ତେଣୁ ସାରା ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଇବା ଓ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଅଧିକ ପଢନ୍ତୁ

ବିଜେଡି
ବିଜେଡି

ଭୁବନେଶ୍ବର: ନିର୍ବାଚନରେ ଆସନ୍ନ ପରାଜୟ ଜାଣି ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଚଲାଇଛି ବିଜେପି । ନିଜ ପରାଜୟକୁ ଗ୍ରହଣ କରିପାରୁ ନାହିଁ ବିଜେପି । ହିଂସା କରି ଅନ୍ୟ ମୁଣ୍ଡରେ ଦୋଷ ଦେଉଛି । ଏଭଳି ଅଭିଯୋଗ ନେଇ ଆଜି ଶାସକ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ 77 ପ୍ରତିଶତ ମତଦାନ ହୋଇଛି । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅଛି । ତେଣୁ ସାରା ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଇବା ଓ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ଏହାସହ ବିଜେଡି ଗଞ୍ଜାମ ବିଜେପି ସଭାପତି ବିଭୂତି ଭୂଷଣ ଜେନା ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଆଚରଣ ଆଦର୍ଶ ଉଲ୍ଲଙ୍ଘନ ଅଭିଯୋଗ ଆଣିଛି । ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ବିଜେଡି ନିନ୍ଦା କରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details