ଓଡିଶା

odisha

ETV Bharat / city

ବିଜେଡି ସଂସଦୀୟ ଦଳର ବୈଠକ ଶେଷ, ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିବ ଦଳ - ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡିର ଦାବି

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଜେଡ଼ିର ସଂସଦୀୟ ଦଳର ବୈଠକରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦଳ ପକ୍ଷରୁ ଦାବି କରାଯିବ ବୋଲି ସ୍ଥିର ହୋଇଛି । ଅଧିକ ପଢନ୍ତୁ...

BJD decides to demand separate state legislature in parliamentary meeting
ବିଜେଡି ସଂସଦୀୟ ଦଳର ବୈଠକ ଶେଷ ,ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିବ ଦଳ

By

Published : Jan 25, 2021, 7:20 PM IST

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡ଼ିର ସଂସଦୀୟ ଦଳର ବୈଠକ ଶେଷ ହୋଇଛି । ଆଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ବୈଠକରେ ଆଲୋଚନା ହୋଇଥିବା ବେଳେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡି ଦାବି କରିବ ବୋଲି ଜଣାପଡିଛି ।

ବିଜେଡି ସଂସଦୀୟ ଦଳର ବୈଠକ ଶେଷ ,ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିବ ଦଳ

ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛନ୍ତି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 300 ଟି ଷ୍ଟପେଜକୁ ରେଳ ବିଭାଗ ବନ୍ଦ କରିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ ଆଦି ପ୍ରସଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଅବଗତ କରାଇଛନ୍ତି ।

ଆଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । କୋଲ ରୟାଲଟି, ଉଭୟ ସାଂସଦ ଓ ବିଧାନସଭାରେ 33 ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ, କୋଶଳୀ ଏବଂ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ, ପ୍ରିୟମ୍ବୁଲରେ ଅହିଂସାକୁ ସାମିଲ, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସ୍ଟି ହ୍ରାସ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିଗୁଡିକ ଦଳ ପକ୍ଷରୁ ଉଠାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details