ଓଡିଶା

odisha

ETV Bharat / city

BJD @25: ଆଜି ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି

By

Published : Dec 26, 2021, 11:20 AM IST

Updated : Dec 26, 2021, 10:40 PM IST

ବ୍ୟାସନଗରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ
ବ୍ୟାସନଗରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

22:01 December 26

ଭଦ୍ରକରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ:ଜିଲ୍ଲା ଗାନ୍ଧୀ ପଡ଼ିଆରେ ବିଜେଡିର ରୌପ୍ୟ ଜୟନ୍ତୀ ଅବସରରେ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ଓ ପୌରପାଳିକାର ଶହଶହ କର୍ମୀ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ପଡ଼ିଆକୁ ଆସିଥିଲେ। ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବାକୁ କର୍ମୀମାନଙ୍କୁ ଉପସ୍ଥିତ ନେତାଏ ଆହ୍ୱାନ ଦେଇଥିଲେ । ଏହି ପ୍ରତିଷ୍ଠା ଦିବସ ଅବସରରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

21:49 December 26

ଢେଙ୍କାନାଳରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ଜିଲ୍ଲା ମିନି ଷ୍ଟାଡିୟମ ପଡ଼ିଆରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏଠାରେ ଦଳର ରୌପ୍ୟ ଜୟନ୍ତୀ ଧୁମଧାମରେ ପାଳିତ ହୋଇଛି । ଭର୍ଚୁଆଲ ମୋଡ୍‌ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ ।

ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ବହୁ ଅନ୍ୟ ଦଳର କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀଙ୍କୁ ବିଧାୟକ ସୁଧୀର ସାମଲ ସ୍ୱାଗତ କରିଛନ୍ତି ।

ଏହି ଉତ୍ସବରେ ବିଜୁ ଛାତ୍ର ଜନତା ଓ ବିଜେଡି ମହିଳା ମୋର୍ଚ୍ଚାର ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଜେଡି ପ୍ରତିଷ୍ଠା ଦିବସରେ କୁନିକୁନି ପିଲାମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

21:26 December 26

ଅନୁଗୋଳରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳ: ଆଜି ବିଜୁ ଜନତା ଦଳ ଅନୁଗୋଳ ପକ୍ଷରୁ ୨୫ତମ ପ୍ରତିଷ୍ଠା ଦିବସ ଜିଲ୍ଲାର 5 ଟି ଯାକ ନିର୍ବାଚନ ମଣ୍ଡଳୀରେ ପାଳିତ ହୋଇଛି । ସବୁଠି ଦଳରେ ସାମିଲ ହୋଇଛନ୍ତି ଅନ୍ୟ ଦଳର ନେତା ଓ କର୍ମୀ । ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତର ଚଣ୍ଡୀଖମଣରେ ଏକ ବିଶାଳ ସମାବେଶ ସମାବେଶ ଦେଖିବାକୁ ମିଳିଥିଲା । ଏଥିରେ ୩ ହଜାରରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

ଏହି ସଭାରେ କଂଗ୍ରେସ ଦଳ ପରିତ୍ୟାଗ କରି ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ମୋହନ ସାହୁ ୮୦୦ରୁ ଅଧିକ କର୍ମୀଙ୍କ ସହିତ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି । ସେହିପରି ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମୀୟ ମିଶ୍ର କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବନ୍ତଳା ଗ୍ରାମ ପଞ୍ଚାୟତର ସରପଞ୍ଚ ହରିହର ସାହୁ ନିଜର ୨୦୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ରନ୍ତଳେଇ ଗ୍ରାମ ପଞ୍ଚାୟତର ମିଥୁନ ବେହେରାଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ବ ଯୁବକ ଉଭୟ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଛେଳିଆପଡା ଗ୍ରାମ ପଞ୍ଚାୟତର ଅନାଦି ସାହୁ କଂଗ୍ରେସ ଦଳ ପରିତ୍ୟାଗ କରି ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ସୁଶାନ୍ତ ଦାସ ବିଜେପି ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସଭାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ଜ୍ୟୋତିଷ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ ଓ ଯୁବ ନେତା ଅରୁନାଭ ସିଂଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାର ଛେଣ୍ଡିପଦା, ଆଠମଲ୍ଲିକ, ପାଲଲହଡା ଓ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ଦିବସ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

21:17 December 26

ଜଗତସିଂହପୁରରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁରରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲାରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହାକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ବିଜୁ ଜନତା ଦଳର କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।

ଓଡ଼ିଶାରେ ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଅଛନ୍ତି ସେପର୍ଯ୍ୟନ୍ତ ବିଜୁଜନତା ଦଳକୁ କେହି ଶାସନ ଗାଦିରୁ ହଟାଇ ପାରିବେ ନାହିଁ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ଜଗତସିଂହପୁର ବିଧାୟକ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜୁବାବୁଙ୍କ ସ୍ୱପ୍ନ ସାକାର କରିବାକୁ ନବୀନ ପଟ୍ଟନାୟକ ଅହରହ ଉଦ୍ୟମ କରୁଥିବା କଥା କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

20:56 December 26

ବ୍ରହ୍ମଗିରିରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମଗିରିରେ ମଧ୍ୟ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମଗିରି: ସାରା ରାଜ୍ୟରେ ବଜେଡି ପକ୍ଷରୁ ରୋପ୍ୟ ଜୟନ୍ତୀ ପାଳିତ ହୋଇଛି । ଏହିକ୍ରମରେ ବ୍ରହ୍ମଗିରିରେ ମଧ୍ୟ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ଏଥିରେ ଶତାଧିକ କର୍ମୀ ବାଇକ ରାଲି କରି ବାସ୍‌ଷ୍ଟାଣ୍ଡରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ । ଏହି ସଭାରେ ନିର୍ବାଚନ ମଣ୍ଡଳୀର ବିଜେଡି ନେତାମାନେ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ହେବାକୁ ଉଦବୋଧନ ଦେଇଥିଲେ ସଞ୍ଜୟ ଦାସବର୍ମା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

20:17 December 26

ଦେଓଗାଁରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଆନନ୍ଦପୁର: ଘଷିପୁରା ନିର୍ବାଚନମଣ୍ଡଳୀ ଦେଓଗାଁରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ମନ୍ମଥ ରାଉତ, ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

20:05 December 26

ନୟାଗଡ଼ରେ ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼ରେ ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼: ଭାପୁର ବ୍ଲକରେ ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହାକୁ ନେଇ ଭାପୁର ବ୍ଲକ ହାଇସ୍କୁଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ବହୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଏଥିରେ ବହୁ ବିଜେଡି ନେତା ସାମିଲ ହୋଇ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ତା ସହିତ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ନେଇ ଆଲୋଚନା କରିଥିଲେ । ୨୨ ବର୍ଷ ହେଲା ରାଜ୍ୟ ଶାସନ ଭାର ନେଇ ଆସୁଛି ବିଜେଡି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ସହିତ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ଯାଏଁ ସୁବିଧା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭାପୁର ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡା, ଖଣ୍ଡପଡ଼ା ବିଜେଡି ସଭାନେତ୍ରୀ ଶୈଳେନ୍ଧୁ ସାହୁ ୨୦ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ରାଉତ ସମେତ ଶତାଧିକ ବିଜେଡି ସମର୍ଥକ ଯୋଗ ଦେଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

16:58 December 26

ଖୋର୍ଦ୍ଧାରେ ୨୫ତମ ପ୍ରତିଷ୍ଠା ଦିବସ ପାଳିଲା ବିଜେଡି

ଖୋର୍ଦ୍ଧା : ରାଜ୍ୟ ବିଭିନ୍ନ ସ୍ଥାନରେ ବିଜେଡି 25ତମ ପ୍ରତିଷ୍ଠା ଦିବସ ପାଳୁଛନ୍ତି କର୍ମୀ ଓ ନେତାଏ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଟଣୀ,ବେଗୁନିଆ, ବୋଲଗଡ଼, ବାଲୁଗାଁ, ଚିଲିକା ବ୍ଲକ ମାନଙ୍କରେ କୋରୋନା କଟକଣାରେ ପାଳିତ ହୋଇଛି ବିଜେଡିର 25ତମ ପ୍ରତିଷ୍ଠା ଦିବସ । ଏହାକୁ ନେଇ ପ୍ରତ୍ୟେକ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

୨୫ତମ ପ୍ରତିଷ୍ଠା ଅବସରରେ ତୃଣମୂଳ ସ୍ଥରରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ନେତା । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ଏହି ନିର୍ବାଚନରେ ଦଳ କିଭଳି ପ୍ରବଳ ଜନ ସମର୍ଥନ ହାସଲ କରିବ ତାହାରି ଉପରେ ଆଲୋଚନା ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

15:57 December 26

କନ୍ଧମାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ: କନ୍ଧମାଳରେ ରବିବାର ବଜେଡି ପକ୍ଷରୁ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଫୁଲବାଣୀ ସହର ସହ ସାରା କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକରେ ବିଜୁ ଜନତା ଦଳ ପାଳନ କରିଛି ୨୫ତମ ପ୍ରତିଷ୍ଠା ଦିବସ । ଫୁଲବାଣୀ ସଦର ମହକୁମାରେ ବିଜେଡିର ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ବରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।

ବିଭିନ୍ନ ବ୍ଲକରେ ବ୍ଲକ ସଭାପତିମାନଙ୍କ ନେତୃତ୍ୱରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ । ଫୁଲବାଣୀରେ ବିଜେଡିର ସହ ପ୍ରଭାରି କିଶୋର ମେହେର ଯୋଗ ଦେଇ କର୍ମୀ ଓ ନେତାଙ୍କୁ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ ।

ଆୟୋଜିତ ସଭାରେ ଜିଲ୍ଲା ଯୁବ ସଭାପତି, ଛାତ୍ର ସଭାପତି, ମହିଳା ସଭାପତିଙ୍କ ସମତେ ବହୁ ନେତା ଯୋଗଦେଇ ଭିଜେଡିର ହାତମୁଠା ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ପାଇଁ ଉତ୍ସର୍ଗ ରହି କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ନେତାଏ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

13:23 December 26

ପୁରୀରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପୁରୀରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପୁରୀ: ଜିଲ୍ଲାରେ ପାଳିତ ହୋଇଯାଇଛି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ବିଜୁ ଜନତା ଦଳ ଓ ଯୁବ ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏନେଇ ପୁରୀ ହସ୍ପିଟାଲ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜୁ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ,ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଏହାପରେ ଭକ୍ତ ସାଲବେଗ ସ୍ମୃତି ପୀଠରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ବିଜେଡି କର୍ମୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

12:33 December 26

ଝାରସୁଗୁଡ଼ାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡ଼ାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡ଼ା: ଜିଲ୍ଲାରେ ପାଳିତ ହୋଇଯାଇଛି ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଏଥିରେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ । ଓଡିଶାବାସୀଙ୍କ ପାଇଁ ବିଜୁ ଜନତା ଦଳ ପ୍ରତିଷ୍ଠା କରାଯାଇଛି । ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ଉନ୍ନତି ଏବଂ ପ୍ରଗତି ପାଇଁ ପ୍ରତିଶୃତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଥିଲେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

12:18 December 26

କଟକରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

କଟକରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

କଟକ:ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । କଟକରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଦଳ ହିସାବରେ ଜାତୀୟ ରାଜନୀତିରେ ନିଜର ଦବଦବା ଜାହିର କରିଛି ବିଜେଡି । ବିଜୁ ବାବୁଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ନବୀନ ବାବୁଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ହିଁ ଦଳକୁ ମଜଭୁତ କରିଛି । ରାଜ୍ୟ ସରକାର ଅନେକ ଜନ ସାମୁହିକ ଯୋଜନା କରି ସାଡେ 4 କୋଟି ଓଡ଼ିଆଙ୍କ ମୁହଁରେ ହସ ଫୁଟାଇଛନ୍ତି ନବୀନ । ଏହି କାର୍ଯ୍ୟଶୈଳୀ ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବିଜେଡି ନେତା ସୁବାଷ ସିଂ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

10:41 December 26

ବ୍ୟାସନଗରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ବ୍ୟାସନଗରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର: ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ଏନେଇ ଯାଜପୁର ବ୍ୟାସନଗର ବିଜେଡି ପକ୍ଷରୁ ନହକା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପତିମୂର୍ତ୍ତି ନିକଟରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି । ବ୍ୟାସନଗର ବିଜେଡି ସଭାପତି ବ୍ରଜକୀଶ୍ୱର ରାଉତଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଷ୍ଠା ଦିବସରେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଏଥିସହିତ ଦୀର୍ଘ ୨୫ ବର୍ଷ ଧରି ବିଜେଡି ଦଳ ରାଜ୍ୟର ବିକାଶ ପାଇଁ ଯେଭଳି କାର୍ଯ୍ୟ କରୁଛି ଉପସ୍ଥିତ ଅତିଥି ମାନେ ଆଲୋଚନା କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 26, 2021, 10:40 PM IST

ABOUT THE AUTHOR

...view details