ଓଡିଶା

odisha

Rajya Sabha Election: ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ

By

Published : May 31, 2022, 11:48 AM IST

Updated : May 31, 2022, 4:05 PM IST

ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି 4 ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସସ୍ମିତ ପାତ୍ର ବିଧାନସଭା ପ୍ରକୋଷ୍ଠରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ
ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଅନ୍ତିମ ଦିନ । ଏହି ଅବସରରେ ନାମାଙ୍କନ ଭରିଛନ୍ତି 4 ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସସ୍ମିତ ପାତ୍ର ବିଧାନସଭା ପ୍ରକୋଷ୍ଠରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମର୍ଥକ, ବିଧାୟକ ଓ ପ୍ରସ୍ତାବକଙ୍କ ଉପସ୍ଥିତିରେ ବିଧାନସଭାରେ ପହଞ୍ଚି ନମାଙ୍କନ ପତ୍ର ଦାଖଲ କରିଛନ୍ତି 4 ପ୍ରାର୍ଥୀ । ସସ୍ମିତ ପାତ୍ର ଦ୍ବିତୀୟ ରାଜ୍ୟସଭାକୁ ଯିବା ପାଇଁ ନାମାଙ୍କନ ଭରିଛନ୍ତି । ରାଷ୍ଟ୍ରୀୟ ରାଜନୀତି ସହ ରାଜ୍ୟ ରାଜନୀତିରେ ତାଙ୍କର ପ୍ରସଙ୍ଗ ଭିତ୍ତିକ ଦକ୍ଷତା ରହିଛି । ଦଳର ସ୍ପଷ୍ଟ ଆଭିମୁଖ୍ୟ ରଖୁଥିବାବେଳେ, ବିରୋଧୀଙ୍କୁ ମଧ୍ୟ ସଠିକ ଜବାବ ଦେବାରେ ସିଦ୍ଧହସ୍ତ ସସ୍ମିତ ।

Rajya Sabha Election: ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ

ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଥିଲେ ସସ୍ମିତ । ତାଙ୍କର ଏହି ଦକ୍ଷତାକୁ ଦେଖି ତାଙ୍କ ଉପରେ ପୁଣି ଆସ୍ଥା ରଖିଛନ୍ତି ନବୀନ । ମୋଟାମୋଟି ଭାବେ କହିବାକୁ ଗଲେ ଦଳ ପ୍ରତି ତାଙ୍କ ସମର୍ପଣ ପାଇଁ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ସସ୍ମିତଙ୍କୁ ପଠାଇବାକୁ ଚିନ୍ତା କରିଛି ବିଜେଡି । ସେହିପରି ନବୀନଙ୍କ ସରପ୍ରାଇଡ କାର୍ଡ ପ୍ରାର୍ଥୀ ନିରଞ୍ଜନ ବିଶି ଜଣେ ଦକ୍ଷ ଆଦିବାସୀ ନେତା । ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ବର୍ତ୍ତମାନ ସଭାପତି ରହିଛନ୍ତି ନିରଞ୍ଜନ । ଆସନ୍ତା 2 ତାରିଖରେ ସେ ନାମାଙ୍କନ ଭରିବାର ଥିଲା ମାତ୍ର ଭିସି ଯୋଗେ ନବୀନଙ୍କ ସହ ଆଲୋଚନା ପରେ ସେ ଆଜି ନାମାଙ୍କନ ଭରିଛନ୍ତି । କୁହାଯାଉଛି ନବୀନ ପଶ୍ଚିମ ଓଡିଶା କାର୍ଡ ଖେଳିବାକୁ ଯାଇ ନିରଞ୍ଜନଙ୍କୁ ଟିକେଟ ଦେଇଛନ୍ତି ।

ଜଣେ ସାମ୍ବାଦିକରୁ ରାଜନେତା ପାଲଟିଥିବା ମାନସ ମଙ୍ଗରାଜଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ଦଳୀୟ ନେତୃତ୍ବ ପ୍ରତି ଆନୁଗତ୍ୟ, ନିଷ୍ଠାକୁ ଦେଖି ତାଙ୍କ ଉପରେ ନବୀନ ଭରସା କରିଛନ୍ତି । ମାନସ ମଙ୍ଗରାଜ ବିଜେଡି ମିଡିଆ ସେଲର ଦାୟିତ୍ବ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଦାୟିତ୍ବ ତୁଲାଇଛନ୍ତି । ବିଗତ ଦୁଇବର୍ଷ ଧରି ବିଜେଡିର ଜଣେ ଆଗଧାଡିର ନେତା ଭାବେ ସାମନାକୁ ଆସିଛନ୍ତି ମାନସ । ଓବିସି ମହିଳା କାର୍ଡ ଖେଳିଛନ୍ତି ନବୀନ । ଆଗ ଧାଡିର ମହିଳା ନେତ୍ରୀ, ସୁଲତା ଦେଓଙ୍କୁ ଟିକେଟ ଦେଇଛନ୍ତି । ଦଳର ସମସ୍ତ କଠିନ ସ୍ଥିତିରେ ଦଳର ଆଭିମୁଖ୍ୟ ରଖି ବିରୋଧୀଙ୍କୁ କଡା ଜବାବ ଦେଇଥାନ୍ତି । ସୁଲତା ବର୍ତ୍ତମାନ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ଅଛନ୍ତି ।

ଦକ୍ଷତା ଓ ଆନୁଗତ୍ୟ ମାପକାଠିରେ ରାଜ୍ୟସଭା ପାଇଁ 4 ପ୍ରାର୍ଥୀ ବାଛିଛନ୍ତି ନବୀନ ପଟ୍ଟନାୟକ । ଜୁନ 10 ତାରିଖରେ ହେବାକୁ ଥିବା 6 ବର୍ଷିଆ ପୂର୍ଣ୍ଣକାଳୀନ କାର୍ଯ୍ୟକାଳ ଥିବା 3 ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର । ସେହିପରି ସୁବାସ ସିଂଙ୍କ ଇସ୍ତଫା ଦେବା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଶ୍ଚିମ ଓଡିଶାର ଆଦିବାସୀ ନେତା ନିରଞ୍ଜନ ବିଶି ।

Last Updated : May 31, 2022, 4:05 PM IST

ABOUT THE AUTHOR

...view details